www.samajalive.in
Sunday, December 7, 2025
23.1 C
Bhubaneswar

ନିର୍ବାଚନ କର୍ମଚାରୀ ନେବେ ଟିକା : ଇସି

ନୂଆଦିଲ୍ଲୀ : ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ବିବେଚିତ କରାଯିବ ଓ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ ବୋଲି ନିର୍ବାଚନ ଆୟୋଗ (ଇସି) କହିଛନ୍ତି। ଶୁକ୍ରବାର ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ସମୟରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନିଲ ଅରୋରା କହିଛନ୍ତି ଯେ କରୋନା କଟକଣା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ। ମହାମାରୀ ଯୋଗୁଁ ମତଦାନ ଅବଧିକୁ ଗୋଟିଏ ଘଣ୍ଟା ବୃଦ୍ଧି କରାଯାଇଛି। ନାମାଙ୍କନପତ୍ର ଦାଖଲ ସମୟରେ ପ୍ରାର୍ଥୀଙ୍କ ସହିତ ସର୍ବାଧିକ ଦୁଇ ଜଣଙ୍କୁ ରହିବା ପାଇଁ ଅନୁମତି ମିଳିବ। ପ୍ରଚାରବେଳେ ଏକାକାଳୀନ ସର୍ବାଧିକ ୫ଜଣ ସାମିଲ ହୋଇପାରିବେ। କରୋନା ସମୟରେ ବିହାର ପରେ ଆଗାମୀ ନିର୍ବାଚନ ହେଉଛି ବ୍ୟାପକ ଓ ମହତ୍ତ୍ବପୂର୍ଣ୍ଣ। ସେଥିପାଇଁ କରୋନା କଟକଣା ଉପରେ ଆୟୋଗ ସର୍ବାଧିକ ଗୁରୁତ୍ବ ଦେଉଥିବା ଅରୋରା କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories