ପ୍ରାକ ନିର୍ବାଚନୀ ହିଂସା, ଦୁଇ ରାଜନୈତିକ ଦଳର ସମର୍ଥକଙ୍କ ପକ୍ଷରୁ ଥାନାରେ ମାମଲା

ଗୋଊ: ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋଳନ୍ଥରା ଗାଁରେ ବୁଧବାର ବିଳମ୍ବିତ ରାତିରେ ଦୁଇ ରାଜନୈତିକ ଦଳର ସମର୍ଥକ ଗୋଷ୍ଠୀ ମଧ୍ୟରେ ବିବାଦ ନେଇ ଉତ୍ତେଜନା ଦେଖା ଦେବା ସହ ଦୁଇ ଗୋଷ୍ଠୀଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଏହି ଗଣ୍ଡଗୋଳରେ ଗୋଟିଏ ଗୋଷ୍ଠୀର ଜଣେ ଆହତ ହୋଇଥିବା ହୋଇଛନ୍ତି। ଆହତ ଯୁବକ ଜଣଙ୍କ ଗୋଳନ୍ଥରା ମଠ ସାହିର ପ୍ରମୋଦ ଓରଫ ପିଙ୍କୁ ରାଉଳ ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ବୁଧବାର ବିଳମ୍ବିତ ରାତ୍ରରେ ପିଙ୍କୁ ରାଉଳ ଓରଫ ପ୍ରମୋଦ ଏକ ନିର୍ଦ୍ଧିଷ୍ଟ ଦଳରେ ବୁଲୁଥିବା ନେଇ ଅନ୍ୟ ଏକ ଗୋଷ୍ଠୀ ସହ ପାଟି ତୁଣ୍ଡ ହୋଇଥିଲା। ସେହି ସମୟରେ ଅପର ଗୋଷ୍ଠୀର କିଛି ଯୁବକ ତାକୁ ଆକ୍ରମଣ କରି ବିରୋଧ କରିଥିଲେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟି ତୁଣ୍ଡ ସହିତ ହାତାହାତି ହୋଇଥିଲେ ଯଦ୍ୱରା ପିଙ୍କୁର ମୁଣ୍ଡକୁ ଆଘାତ ଲାଗିଥିଲା। ପରିବାର ଲୋକେ ରକ୍ତାତ ଅବସ୍ଥାରେ ପିଙ୍କୁ କୁ ବ୍ରହ୍ମପୁର ମେଡିକାଲକୁ ନେଇଥିଲେ। ଆକ୍ରମଣ ନେଇ ପିଙ୍କୁଙ୍କ ପକ୍ଷରୁ ୬ଜଣଙ୍କ ନାମରେ ଏତଲା ଦେଇଥିବା ଜଣାପଡିଛି।

ପୁଲିସ ପକ୍ଷରୁ ଏତଲାକୁ ଭିତ୍ତି କରି ଏକ ମାମଲା ରୁଜୁ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣ ଅନାମ ପ୍ରଧାନ, ଚିନ୍ମୟ ଗୁରୁ, ପ୍ରଭାତ ଗୌଡ଼ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅପର ପକ୍ଷରେ ଅନ୍ୟ ଏକ ଗୋଷ୍ଠୀର ସଦସ୍ୟ ସଞ୍ଜୁ ଗୁରୁଙ୍କ ଏତଲା ପ୍ରକାରେ ବିଳମ୍ବିତ ରାତିରେ ପିଙ୍କୁ ଖଣ୍ଡା ଧରି ସଙ୍ଘବଦ୍ଧ ଆକ୍ରମଣ କରିବା ଗାଳିଗୁଲଜ କରି ଆତଙ୍କ କରୁଥିବା ନେଇ ୮ଜଣଙ୍କ ନାମରେ ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ଏହାକୁ ଭିତ୍ତି କରି ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି ବୋଲି ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି। ଗାଁରେ ଉତ୍ତେଜନା ରହିଥିବାରୁ ଏକ ପ୍ଲାଟୁନ ପୁଲିସ ଫୋର୍ସ ଫ୍ଲାଗମାର୍ଚ୍ଚ ସହ ପୁଲିସ ମୃତୟନ କରାଯାଇଛି। ଗାଁରେ ଉତ୍ତେଜନା ଥିବାବେଳେ ପୁଣି ଏକ ମାମଲା ପ୍ରକାରେ ଗୋଳନ୍ଥରା ଗାଁ ହରିଜନ ସାହିର ବିରାଜିନି ଦାସ (ଶ୍ରମିକ) ଆଜି ସନ୍ଧ୍ୟା ୭ଟା ବେଳେ ବ୍ରହ୍ମପୁ୍ରରୁ କାମ କରି ଘରକୁ ଫେରିବା ସମୟରେ ତିନିଜଣ ମହିଳା ସହ ଜଣେ ପୁରୁଷ ତାଙ୍କୁ ଆକ୍ରମଣ କରିଥିବା ବେଳେ ବିରାଜୀନି ଙ୍କ ମୁଣ୍ଡରେ ଆଘାତ ଲାଗିଛି।ଘଟଣା ନେଇ ପୁଲିସ ରେ ଖବର ପହଞ୍ଚିବା ପରେ ପୁଲିସ ବିରାଜୀନିଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଗିରିସୋଲା ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହ ତଦନ୍ତ ଚଳାଇଥିବା ଜଣାପଡ଼ିଛି।

Comments are closed.