bjd  ek lkhya koti banner

ପରିବର୍ତ୍ତନ ହେବ ପୌର ନିର୍ବାଚନ ନିୟମ

ଉପାଧ୍ୟକ୍ଷ ଓ ଡେପୁଟି ମେୟର ନିର୍ବାଚନ ବେଳେ ଉପସ୍ଥିତ ରହିପାରିବେ ଦଳୀୟ ପ୍ରତିନିଧି

mission shakti banner

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲା ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ନିୟମରେ ଯେଭଳି ସଂଶୋଧନ ଅଣାଯାଇଥିଲା ଠିକ୍ ଅନୁରୂପ ଭାବେ ପୌରାଞ୍ଚଳ ଉପାଧ୍ୟକ୍ଷ ଏବଂ ଡେପୁଟି ମେୟର ନିର୍ବାଚନ ପାଇଁ ଲାଗୁ ହେବ। ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଖୁବଶୀଘ୍ର ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯିବ। ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ଜିଲା ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ବେଳେ ଯେଭଳି ଦଳୀୟ ପ୍ରାଧିକୃତ ପ୍ରତିନିଧି(ଏଜେଣ୍ଟ)ଙ୍କୁ ଉପସ୍ଥିତ ରହିବାକୁ ଅନୁମତି ମିଳିଥିଲା ଠିକ୍ ସେହି ନିୟମ ପୌରାଞ୍ଚଳ ଉପାଧ୍ୟକ୍ଷ ନିର୍ବାଚନ କ୍ଷେତ୍ରରେ ଲାଗୁ ହେବ। ଆଗକୁ ପୌର ଉପାଧ୍ୟକ୍ଷ ଓ ଡେପୁଟି ମେୟର ନିର୍ବାଚନ ଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିୟମରେ ପରିବର୍ତ୍ତନ ଅଣାଯିବାକୁ ରହିଛି। ଯାହାଦ୍ବାରା ପୌର ଉପାଧ୍ୟକ୍ଷ ଓ ଡେପୁଟି ମେୟର ନିର୍ବାଚନ ବେଳେ ଜଣେ ଲେଖାଏଁ ଦଳୀୟ ପ୍ରତିନିଧି ଉପସ୍ଥିତ ରହିପାରିବେ।

ଦଳୀୟ କର୍ପୋରେଟର ଓ କାଉନସିଲର ପ୍ରାର୍ଥୀମାନେ କାହାକୁ ଭୋଟ ଦେଲେ ତାହା ଜାଣିହେବ। ପୂର୍ବରୁ ଏହି ନିୟମ ନଥିଲା। ତେଣୁ ଦଳୀୟ ‘ହୁଇପ୍’ ଲାଗୁ ହେଉଥିଲେ ହେଁ ତାହା ସ୍ଥଳବିଶେଷରେ କାଟୁ କରୁ ନ ଥିଲା। ଏହାକୁ ଦୃଷ୍ଟିରେ ରଖି ନିୟମରେ ପରିବର୍ତ୍ତନ କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ପ୍ରକ୍ରିୟା ଶେଷ ହୋଇଥିଲେ ହେଁ ଘୋଷଣା ବାକି ଅଛି। ଅନ୍ୟପକ୍ଷରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ ଆସନ୍ତା ୭ତାରିଖରେ ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ। ସେହିପରି ଏପ୍ରିଲ ୮ରେ ଭୁବନେଶ୍ବର, କଟକ ଓ ବ୍ରହ୍ମପୁରର ଡେପୁଟି ମେୟର ନିମନ୍ତେ ନିର୍ବାଚନ ହେବ। ଏଥିଲାଗି ମାର୍ଚ୍ଚ ୩୧ରେ ମେୟର ଓ ପୌରାଧ୍ୟକ୍ଷସ୍ତରରେ ବୈଠକ ଅନୁଷ୍ଠିତ ହୋଇଯାଇଛି।

Comments are closed.