www.samajalive.in
Sunday, December 7, 2025
23.1 C
Bhubaneswar

ଇସ୍ତାହାରରେ ଅଜବ ପ୍ରତିଶ୍ରୁତି; ମୁସଲମାନଙ୍କୁ ଛେଳି, ମହିଳାଙ୍କୁ ସୁନା ମାଗଣା

ନୂଆଦିଲ୍ଲୀ: ନିର୍ବାଚନରେ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ବିଭିନ୍ନ ଦଳ ଏବଂ ନେତା ନୂଆ ନୂଆ ତରିକା ଆପଣାଉଛନ୍ତି। ଦଳଗୁଡ଼ିକ ଇସ୍ତାହାର ଜାରି କରି ନାନା ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଏକ ପାର୍ଟି ଏଭଳି କିଛି ପ୍ରତିଶ୍ରୁତି ଦେଇଛି ଯାହା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବେ। ଉତ୍ତର-ପୂର୍ବ ଦିଲ୍ଲୀ ଲୋକସଭା ଆସନରେ ସାଞ୍ଝି ବିରାସତ ପାର୍ଟିର ପ୍ରାର୍ଥୀ ଅମିତ ଶର୍ମା ଏଭଳି ଅଜବ ପ୍ରତିଶ୍ରୁତି ଦେଇଥିବା ଦେଖାଯାଇଛି। ପାର୍ଟି ପକ୍ଷରୁ ଜାରି ଇସ୍ତାହାରରେ ପ୍ରତି ମୁସଲମାନ ପରିବାରକୁ ଇଦ୍‌ ସମୟରେ ଗୋଟିଏ ଲେଖାଏ ଛେଳି ମାଗଣାରେ ଦିଆଯିବ ଏବଂ ମଦ  ମୂଲ୍ୟ ଅଧା କରାଯିବ। ସେହିପରି ମହିଳାମାନଙ୍କୁ ମାଗଣାରେ ସୁନା ଦିଆଯିବ।

କେବଳ ଏତିକି ନୁହେଁ, ଛାତ୍ରୀଛାତ୍ରଙ୍କୁ ପିଏଚଡି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଏବଂ ମେଟ୍ରୋ ଟ୍ରେନ ଓ ବସ୍‌ରେ ମାଗଣା ଯାତ୍ରା କରିବାର ସୁବିଧା ମିଳିବ। ଘରୋଇ ସ୍କୁଲରେ ବି ମାଗଣା ଶିକ୍ଷା ପ୍ରଦାନ କରାଯିବ। ସମସ୍ତଙ୍କୁ ରାସନ ସାମଗ୍ରୀ ମାଗଣାରେ ଯୋଗାଇଦିଆଯିବ। ବିଏସଇଏସ ଏବଂ ଡିସିଟିର ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ କରାଯିବ। ଗୃହ ଟିକସ ଏବଂ ପାର୍କିଂ ଫି ଉଚ୍ଛେଦ କରାଯିବ। କନ୍ୟା ସନ୍ତାନ ଜନ୍ମ ହେଲେ ୫୦ ହଜାର ଏବଂ ବିବାହ ସମୟରେ ଅଢ଼େଇ ଲକ୍ଷ ଟଙ୍କା ଦିଆଯିବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି।

- Advertisement -

ସେହିପରି ଲୋକଙ୍କୁ ୧୦ଟଙ୍କାରେ ପେଟପୁରା ଖାଇବାକୁ ମିଳିବ। ବେକାର ଯୁବକଯୁବତୀଙ୍କୁ ମାସିକ ୧୦ ହଜାର ଟଙ୍କା ଭତ୍ତା ଏବଂ ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗଙ୍କୁ ମାସିକ ୫ ହଜାର ଟଙ୍କା ଭତ୍ତା ପ୍ରଦାନ କରାଯିବ। ଘରୋଇ ହସ୍ପିଟାଲରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories