ଅଣ୍ଡା ରୋଲ

ଆବଶ୍ୟକ ସାମଗ୍ରୀ:-
ମଇଦା – ୧୦୦ ଗ୍ରାମ
ଅଣ୍ଡା – ୨ଟି
ତେଲ – ଅଧ କପ୍
ଅଟା – ଅଳ୍ପ
କଟା ବନ୍ଧା କୋବି – ୧୦୦ ଗ୍ରାମ
ଗାଜର – ଫାଳେ କଟା କ୍ୟାପ୍ସିକମ
ଟମାଟୋ ସସ
ଚିଲି ସସ
ଗୋଟିଏ କଟା ପିଆଜ
ଧନିଆ ପତ୍ର
ଲୁଣ- ଆବଶ୍ୟକ ଅନୁଯାୟୀ

ଗରମ ମସଲା
ଚାଟ୍ ମସଲା
ଗୋଲମରିଚ ଗୁଣ୍ଡ
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଅଟା ଓ ମଇଦାକୁ ମିଶାଇ ସେଥିରେ ଅଳ୍ପ ତେଲ ଦେଇ ଭଲ ଭାବେ ଚକଟି ୧୦ ରୁ ୧୫ ମିନିଟ ଛାଡି ଦିଅନ୍ତୁ। ଏବେ ଗ୍ୟାସ ଲଗାଇ ତାୱା ବସାଇ ତେଲ ଗରମ କରନ୍ତୁ। ସେଥିରେ ପ୍ରଥମେ ବନ୍ଧା କୋବି ପକାଇ ଭାଜନ୍ତୁ। ଏହା ଭାଜି ହେବା ପରେ ଏଥିରେ କ୍ୟାପସିକମ, ଗାଜର, ଲୁଣ, ଗରମ ମସଲା, ଚାଟ୍ ମସଲା ପକାଇ ଭାଜନ୍ତୁ। ୨ ମିନିଟ ଭାଜି ହୋଇ ଯିବା ପରେ ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ଏବେ ପୂର୍ବରୁ ରହିଥିବା ଚକଟାରେ ଆଉ ଅଳ୍ପ ତେଲ ଦେଇ ଆଉ ଟିକେ ଚକଟି ରୁଟି ଭଳି ବେଲନ୍ତୁ ଓ ଏଥିରେ ସାମାନ୍ୟ ଅଟା ଛିଞ୍ଚନ୍ତୁ।
ଏବେ ଏକ ଛୋଟ ପାତ୍ର ଆଣି ସେଥିରେ ଅଣ୍ଡାକୁ ଗୋଲମରିଚ ଓ ଲୁଣ ପକାଇ ଫେଣ୍ଟି ଦିଅନ୍ତୁ। ଆଉ ଏକ ତାୱା ଆଣି ସେଥିରେ ବେଲା ହୋଇଥିବା ରୁଟିକୁ ସେକନ୍ତୁ। ଏହାର ଗୋଟେ ପଟକୁ ଭଲ ଭାବେ ସେକନ୍ତୁ ଓ ଅନ୍ୟ ପଟକୁ ସାମାନ୍ୟ କଞ୍ଚା ରଖନ୍ତୁ। ଏବେ ତାୱାରୁ ରୁଟି କାଢି, ସେହି ତାୱାରେ ଫେଣ୍ଟା ହୋଇ ରହିଥିବା ଅଣ୍ଡାକୁ ପକାନ୍ତୁ, ଏହା ଆମଲେଟ ଭଳି ହୋଇଗଲେ ତାହା ଉପରେ ରୁଟି ରଖି ଭଲ ଭାବେ ସେକି ଦିଅନ୍ତୁ। ଏବେ ଏହାକୁ ଏକ ଫ୍ଲେଟ୍କୁ କାଢି ଆଣନ୍ତୁ ଏବଂ ତାହା ଉପରେ ପୂର୍ବ ପ୍ରସ୍ତୁତ ପୁର/ ଭଜା ହୋଇଥିବା ପରିବା ସବୁ ଦିଅନ୍ତୁ। ଟମାଟୋ ସସ୍, ଚିଲି ସସ ଓ କଟା ପିଆଜ ମଧ୍ୟ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଅଣ୍ଡା ରୋଲ।
