www.samajalive.in
Sunday, December 7, 2025
26.1 C
Bhubaneswar

ଲୋକଙ୍କୁ ନଦୀ ସହିତ ଯୋଡିବାର ପ୍ରୟାସ

ଭୁବନେଶ୍ୱର: ମହାନଦୀ ବଞ୍ଚାଅ ଆନ୍ଦୋଳନ ଓ ଦୟା ସୁରକ୍ଷା ଅଭିଯାନ ପକ୍ଷରୁ ଦୟା ନଦୀ କୂଳରେ ପିପିଲି ବ୍ଲକ କଣ୍ଟିର କଲ୍ୟାଣ ମଣ୍ଡପ ଠାରେ ନଦୀ ସୁରକ୍ଷା ସଂକ୍ରାନ୍ତୀୟ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଗଙ୍ଗୁଆ,କୁଶଭଦ୍ରା, ଧନୁଆ, ଦୟା ଓ ଭାର୍ଗବୀ ନଦୀ ଆନ୍ଦୋଳନର ଅନେକ ନେତୃତ୍ଵ, ସୂଚନା ଅଧିକାର , ଭାଷା ଆନ୍ଦୋଳନ, ଚାଷୀ ଆନ୍ଦୋଳନ ଇତ୍ୟାଦିର ନେତୃତ୍ୱ ଏଥିରେ ଯୋଗ ଦେଇଥିଲେ। ମହାନଦୀ ବଞ୍ଚାଅ ଆନ୍ଦୋଳନର ପୂର୍ବରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ବୈଠକ ର ସୁପାରିଶ ଯଥା ଓଡ଼ିଶା ପାଇଁ ନଦୀ ନୀତି, ନଦୀ ମିଶନ ଗଠନ, ଟ୍ରିବୁନାଲ ବାହାରେ ଆପୋଷ ଆଲୋଚନା ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ, ରାଜ୍ୟର ନଦ ନଦୀ ଗୁଡ଼ିକର ତାଲିକା ପ୍ରସ୍ତୁତ ଇତ୍ୟାଦିକୁ ଏଥିରେ ଅନୁମୋଦନ କରାଯାଇଥିଲା। ଏହି ଅବସରରେ ଲୋକଙ୍କୁ ନଦୀ ସହିତ ଯୋଡିବାର ପ୍ରୟାସ କରାଯିବ ଏବଂ ପ୍ରତି ମାସର ସଂକ୍ରାନ୍ତି ଦିନ ନଦୀ ଆଳତି କରିବା ପାଇଁ ଆହ୍ବାନ ଦିଆଯାଇଥିଲା।

ବିଭିନ୍ନ ନଦୀ ରେ ଆୟୋଜନ କରିଥିବାରୁ ନଦୀ ଆନ୍ଦୋଳନର କର୍ମୀ ମାନଙ୍କୁ ଏଥିରେ ଧନ୍ୟବାଦ ଅର୍ପଣ କରାଯାଇଥିଲା। ନଦୀର ସୁରକ୍ଷା ପାଇଁ ଲୋକ ସଂଗଠନ ଗଢ଼ିବା ଉପରେ ଗୁରୁତ୍ବ ଦିଆ ଯାଇ ନଦୀ ପଞ୍ଚାୟତ ଗଠନ ପାଇଁ ଆହ୍ବାନ ଦିଆ ଯାଇଥିଲା। ଖୁବ ଶୀଘ୍ର ଦୟା ନଦୀ ପଞ୍ଚାୟତ ଗଠନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ନଦୀ ଗୁଡ଼ିକର ପଠା ଜମି ଓ ଶଯ୍ୟା ଆଜି ଜବରଦଖଲ କାରି ମାନଙ୍କ କବଳରେ କବଳିତ। ଦୟା ଓ ଗଙ୍ଗୁଆ ନଦୀର ଜମିକୁ ସେମାନଙ୍କ କବଳରୁ ଉଦ୍ଧାର ପାଇଁ ତହସିଲଦାର, ଉପଜିଲାପାଳ ଓ ଜିଲାପାଳମାନଙ୍କୁ ଦାବି ପାତ୍ର ଦିଆଯିବାର ନିଷ୍ପତ୍ତି ହୋଇଥିଲା। ଏହା ସହିତ ନଦୀ ଅବବାହିକାରେ ବ୍ୟାପକ ବୃକ୍ଷ ରୋପଣ ସହ ଦୟା ପ୍ରଦୂଷଣର ମୁଖ୍ୟ କାରଣ ପ୍ରଦୂଷିତ ଗଙ୍ଗୁଆକୁ ପ୍ରଦୂଷଣ ମୁକ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପର୍ଯ୍ୟନ୍ତ ଆନ୍ଦୋଳନ, ଗଙ୍ଗୁଆର ଜମିକୁ ଅବରୋଧ ମୁକ୍ତ ପାଇଁ ଠୋସ ପଦକ୍ଷେପ ନେବା ଉପରେ ଆଲୋଚନା ହୋଇ ନିଷ୍ପତି ହୋଇଥିଲା।

- Advertisement -

ଦୟା ସୁରକ୍ଷା ଅଭିଯାନ ଆନ୍ଦୋଳନର ନେତା ସଚ୍ଚିକାନ୍ତ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ସୂଚନା ଅଧିକାର ଅଭିଯାନର ଅଧକ୍ଷ ପ୍ରଦୀପ ପ୍ରଧାନ, ଓପନ ଲର୍ଣିଂ ସିଷ୍ଟମର ନିର୍ଦେଶକ ପ୍ରକାଶ ରଥ, ଓଡ଼ିଆ ଭାଷା ଆନ୍ଦୋଳନର ନେତା ସୁବ୍ରତ ପୃଷ୍ଟି, ଚାଷିନେତା ଅଶୋକ ପ୍ରଧାନ, କିଶନ ପଟ୍ଟନାୟକ, ମହାନଦୀ ଆନ୍ଦୋଳନର ପ୍ରବକ୍ତା ପ୍ରସନ୍ନ ବିଶୋଇ, ସଂଯୋଜକ ବିଜୟ ପ୍ରଧାନ, ଚିଲିକା ବଞ୍ଚାଅ ଆନ୍ଦୋଳନର ସୁକାନ୍ତ ସାମନ୍ତରାୟ, ଅର୍ଜୁନ ସାମନ୍ତରାୟ, ଭାସ୍କର ସାହୁ, ଅରୁଣ ସାମନ୍ତରାୟ, ଗୋବିନ୍ଦ ବେହେରା, ଜ୍ୟୋତି ରଞ୍ଜନ ସାମନ୍ତରାୟ, ଆଡଭୋକେଟ ଶଙ୍କର ପାଣିଙ୍କ ସମେତ ଭାର୍ଗବୀ, ଦୟା, ଧନୁଆ ଓ କୁଶଭଦ୍ରା ନଦୀ କୁଳର ନଦୀ ସୁରକ୍ଷା ପାଇଁ କାର୍ଯ୍ୟରତ ଶତାଧିକ ପ୍ରମୁଖ ସାମାଜିକ କର୍ମୀ ଯୋଗ ଦେଇଥିଲେ।
ବୈଠକ ଶେଷରେ ଏକ ପ୍ରତିନିଧି ଦଳ ଗାଂଗୁଆ ଓ ଦୟାର ସଙ୍ଗମ ସ୍ଥଳ କଣ୍ଟି ଠାରେ କ୍ଷେତ୍ର ପରିଦର୍ଶନ କରି ଗଙ୍ଗୁଆର ପାଣି କିଭଳି ଦୟା ନଦୀ ର ପାଣି କୁ ପ୍ରଦୂଷିତ କରୁଛି ତାହା ଦେଖିଥିଲେ। ଆସନ୍ତା ଜୁଲାଇ ୨୩ ତାରିଖରେ ଗଙ୍ଗୁଆ ନଦୀ ପରିକ୍ରମା କରିବାର ନିଷ୍ପତି ହୋଇଛି l ତା ପରେ ବିଡିଏ ଅଧ୍ୟକ୍ଷ ଙ୍କୁ ଦାବିପତ୍ର ଦିଆଯିବ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories