ବୌଦ୍ଧର ଜଣାଶୁଣା ଶିକ୍ଷାବୀତ ନିରୋଦ ପଣ୍ଡାଙ୍କ ପରଲୋକ
ବୌଦ୍ଧ : ବୌଦ୍ଧ ସହରର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ତଥା ଶିକ୍ଷାବୀତ ନିରୋଦ କୁମାର ପଣ୍ଡାଙ୍କ ୭୦ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ଚିତ୍ସାଳୟରେ ରବିବାର ଦିନ ପରଲୋକ ହୋଇଯାଇଛି। ଗାଧୁଆଘରେ ଗୋଡ ଖସିଯିବାରୁ ଶ୍ରୀ ପଣ୍ଡାଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିଲା । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବାହାରକୁ ନିଆଯାଇଥିଲା। ସେଠାରେ ଅଚେତ ଅବସ୍ଥାରେ ଦୀର୍ଘମାସ ଧରି ଜୀବନ ସହିତ ସଂଗ୍ରାମ କରିବାପରେ ତାଙ୍କର ପରଲୋକ ହୋଇଯାଇଛି।
ସ୍ୱର୍ଗତ ପଣ୍ଡାରେ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତିତ୍ୱ ଭାବରେ ପରିଚିତ ଥିଲେ। ବୌଦ୍ଧ ନାରାୟଣ ପ୍ରସାଦ ଦେବ ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷା ଆରମ୍ଭ କରି ବିଜେବି କଲେଜରେ ଗଣିତରେ ସ୍ନାତକୋତ୍ତର ଏବଂ ପରେ ଆଇନ ପାଠ ମଧ୍ୟ ପଢିଥିଲେ। ଜଣେ ହାଇସ୍କୁଲ ଶିକ୍ଷକ ଭାବରେ ଚାକିରୀ ଜୀବନ ଆରମ୍ଭ କରି ରାଜଧାନୀ କଲେଜରେ ଅଧ୍ୟାପକ ଭାବରେ ଯୋଗଦେଇଥିଲେ। ଚାକିରୀ ଛାଡି ସେ ବୌଦ୍ଧ ଫେରିଆସିବା ସହିତ କିଛିକାଳ ଠିକାଦାର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ୧୯୯୩ ମସିହାରେ ବୌଦ୍ଧଜିଲା ଗଠନ ପାଇଁ ହୋଇଥିବା ଆନ୍ଦୋଳନରେ ନିରୋଦ ବାବୁ ଜଣେ ସକ୍ରୀୟ କର୍ମୀ ଭାବରେ ଯୋଗଦେଇଥିଲେ। ନିରୋଦଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।
Comments are closed.