ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏନ୍ସିପି ନେତା ତଥା ପୂର୍ବତନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ପ୍ରଫୁଲ୍ଲ ପଟେଲ୍ଙ୍କୁ ଆସନ୍ତା ସପ୍ତାହରେ ହାଜର ହେବାକୁ ସମନ୍ ଜାରି କରିଛି । ୟୁପିଏ ଶାସନକାଳରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ ବହୁ କୋଟି ଟଙ୍କା ସମ୍ବଳିତ ଏକ ଦୁର୍ନୀତି ମାମଲାରେ ତାଙ୍କୁ ସମନ୍ ଜାରି କରାଯାଇଛି।
ଖବର ଅନୁସାରେ ଚଳିତ ମାସ ୬ ତାରିଖରେ ଇଡି ଅଫିସରେ ହାଜର ହେବାକୁ ତାଙ୍କୁ କୁହାଯାଇଛି । ଏହି ଦୁର୍ନୀତି ଯୋଗୁଁ ଜାତୀୟ ବିମାନ ଚଳାଚଳ ସଂସ୍ଥା ଏୟାର୍ ଇଣ୍ଡିଆକୁ ବହୁ କୋଟି ଟଙ୍କାର କ୍ଷତି ହୋଇଥିଲା। ଗିରଫ ହୋଇଥିବା ଦଲାଲ ଦୀପକ୍ ତଲ୍ୱାର୍ଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଓ ଇଡି ଦ୍ୱାରା ସଂଗ୍ରହ କରାଯାଇଥିବା କିଛି ପ୍ରମାଣକୁ ଭିତ୍ତିକରି ପ୍ରଫୁଲ୍ଲ ପଟେଲ୍ଙ୍କୁ ସମନ ଜାରି କରାଯାଇଛି। କିଛିଦିନ ପୂର୍ବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦୀପକ୍ ତଲ୍ୱାର୍ଙ୍କ ବିରୁଦ୍ଧରେ ଅଭିଯୋଗ ଦାଏର କରିଥିଲା।



