www.samajalive.in
Sunday, December 7, 2025
26.1 C
Bhubaneswar

ଇକୋ ଟୁରିଜିମ୍‌ ଓ ବିଚ୍‌ ଟୁରିଜିମ୍‌ର ପ୍ରମୁଖ ପେଣ୍ଠସ୍ଥଳ ହେବ ଜାହାନିଆ : ମନ୍ତ୍ରୀ

ଭୁବନେଶ୍ୱର: ପୁରୀ ଜିଲା ଅନ୍ତର୍ଗତ ଜାହାନିଆ ପର୍ଯ୍ୟଟନ କ୍ଷେତ୍ରର ଅଧିକ ବିକାଶ ଏବଂ ଉନ୍ନତିକରଣ ଲକ୍ଷ୍ୟ ନେଇ ମନ୍ତ୍ରୀ ତୁଷାରକାନ୍ତି ବେହେରା ସେଠାକୁ ଗସ୍ତ କରିବା ସହିତ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ ଏବଂ ବୈଷୟିକ ଦଳ ସହିତ ବିସ୍ତୃତ ଆଲୋଚନା କରିଛନ୍ତି। ପୁରୀ, କୋଣାର୍କ, ସାତପଡ଼ା ସହିତ ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଜାହାନିଆ ଅନ୍ୟତମ । ବିସ୍ତୀର୍ଣ୍ଣ ସମୁଦ୍ରତଟ ସହିତ ସୁନ୍ଦର ଓ ମନଲୋଭା ପ୍ରାକୃତିକ ପରିବେଶ ପାଇଁ ଜାହାନିଆ ପର୍ଯ୍ୟଟନସ୍ଥଳୀର ବେଶ୍‌ ପ୍ରସିଦ୍ଧି ରହିଛି । ରାଜ୍ୟ ଏବଂ ସ୍ଥାନୀୟ ଅଞ୍ଚଳର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଜାହାନିଆକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ଗଢ଼ି ତୋଳିବା ଲାଗି ମନ୍ତ୍ରୀ ଶ୍ରୀ ବେହେରା ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ ସହିତ ଆଲୋଚନା କରିଛନ୍ତି।


ଦେଶ ବିଦେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଜାହାନିଆ ଅଞ୍ଚଳର ବେଶ୍‌ ସାମର୍ଥ୍ୟ ରହିଛି। ସ୍ଥାନୀୟ ଏବଂ ପାର୍ଶ୍ବବର୍ତ୍ତି ଅଞ୍ଚଳର ବିକାଶ ସହିତ ଇକୋଟୁରିଜିମ୍‌ ଏବଂ ବିଚ୍‌ ଟୁରିଜିମ୍‌କୁ ଏଠାରେ ଅଧିକ ବିକଶିତ କରାଯାଇପାରିବ। ପର୍ଯ୍ୟଟନ ବିଭାଗ ପକ୍ଷରୁ ପାନ୍ଥନିବାସ ନିର୍ମାଣ ସହିତ ତାରକା ହୋଟେଲ ନିର୍ମାଣ ହେଲେ ସ୍ଥାନୀୟ ବାସିନ୍ଦାଙ୍କ ଜୀବନଜୀବିକା, ଅର୍ଥନୀତିକୁ ଏହା ଅଧିକ ସମୃଦ୍ଧ କରିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଅଧିକାରୀମାନଙ୍କ ସହ ଆଲୋଚନା ପ୍ରସଙ୍ଗରେ କହିଛନ୍ତି।
ଏହି ଗସ୍ତ ସମୟରେ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ, ବୈଷୟିକ ଟିମ୍‌, ସ୍ଥାନୀୟ ପ୍ରଶାସନର ବରିଷ୍ଠ ଅଧିକାରୀ ଓ ଲୋକପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା କ୍ରୀଡ଼ା ଓ ଯୁବସେବା ବିଭାଗର ବରିଷ୍ଠ ଅଧିକାରୀ ଏବଂ ପିଏମ୍‌ୟୁ ଅଧିକାରୀଙ୍କୁ ନେଇ କାକଟପୁର ବ୍ଲକର କ୍ରୀଡ଼ା ଭିତ୍ତିଭୂମିର ଉନ୍ନତିକରଣ ନେଇ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇପାରିବ ସେ ସଂପର୍କରେ ଆଲୋଚନା କରିଥିଲେ।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories