ଜାମ୍ମୁ-କାଶ୍ମୀରରେ ୫.୬ ତୀବ୍ରତାର ଭୂମିକମ୍ପ

0

ଶ୍ରୀନଗର..- ଜାମ୍ମୁ-କାଶ୍ମୀରରେ ୫.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ରାତି ୧୦ଟା ୧୭ସମୟରେ ଭୂମି କମ୍ପର ଝଟକା ଅନୁଭୂତ ହୋଇଛି । ଶ୍ରୀନଗର ସହ ରାଜ୍ୟର ବିଭିନ୍ନ ଅଂଶରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି ।

prayash

କିଛି ସମୟ ପାଇଁ  ଜାମ୍ମୁ-କାଶ୍ମୀରର ଅନେକ ଅଞ୍ଚଳ ଥରି ଉଠିଥିଲା । ଲୋକମାନେ ଭୟରେ ଘରୁ ବାହାରି ଆସିଥିଲେ ।   ଭୂମି କମ୍ପର କେନ୍ଦ୍ର ଉତ୍ତର କାଶ୍ମୀରରେ ବୋଲି ଜଣା ପଡିଛି । ଶ୍ରୀନଗର ଠାରୁ ୧୧୮ କିଲୋମିଟର ଦୂର ଭୂମିର ୪୦ କିଲୋମିଟର ଭିତରେ ଏହାର କେନ୍ଦ୍ର ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଖବର ଲେଖା ହେବା ବେଳକୁ ଏଥିରେ  କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ ।

kalyan agarbati
Leave A Reply