www.samajalive.in
Monday, December 8, 2025
14.1 C
Bhubaneswar

୨୮ ଫେବୃଆରୀକୁ ଘୁଞ୍ଚିଲା ଇ-ଇପିକ୍‌ ଡାଉନ୍‌ଲୋଡ୍‌ ସମୟସୀମା

ଭୁବନେଶ୍ୱର : ଇ-ଇପିକ୍‌ ବା ଇଲେକ୍‌ଟ୍ରୋନିକ୍ସ ଭୋଟର ପରିଚୟ ପତ୍ର ଡାଉନଲୋଡ ସମୟସୀମା ଫେବୃଆରୀ ମାସ ଶେଷ ପର୍ୟ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଇ-ଇପିକ୍‌ ପ୍ରତି ନୂତନ ଭୋଟରଙ୍କ ପ୍ରବଳ ଆଗ୍ରହକୁ ଦେଖି ନିର୍ବାଚନ ଆୟୋଗ ଏହି ପଦକ୍ଷେପ ନେଇଛନ୍ତି। ଭାରତୀୟ ନିର୍ବାଚନ ଆୟୋଗ ଗତ ୨୫ ତାରିଖ ଜାତୀୟ ଭୋଟର ଦିବସ ପାଳନ ଅବସରରେ ଭୋଟରମାନଙ୍କ ପାଇଁ ଇ-ଇପିକର ଶୁଭାରମ୍ଭ କରିଥିଲେ। ଏହା ଏକ ଡିଜିଟାଲ୍‌ ଭୋଟର ପରିଚୟ ହୋଇଥିବାରୁ ଭୋଟରମାନେ ଏହାକୁ ନିଜ ଭୋଟର ହେଲ୍ପଲାଇନ ମୋବାଇଲ୍‌ ଆପ କିମ୍ବା ଭୋର୍ଟସପୋର୍ଟାଲ.ଇସିଆଇ.ଇନ୍ କିମ୍ବା ଏନଭିଏସପି.ଇନରେ ନିଜ ମୋବାଇଲରେ ଡାଉନ୍‌ଲୋଡ୍‌ କରିପାରିବେ। ତେବେ ନୂତନ ଭୋଟରଙ୍କୁ ଜାନୁଆରୀ ୨୫ ତାରିଖଠାରୁ ଜାନୁଆରୀ ୩୧ ତାରିଖ ପର୍ୟ୍ୟନ୍ତ ଓ ଅନ୍ୟାନ୍ୟ ଭୋଟର ଯେଉଁମାନଙ୍କର ମୋବାଇଲ୍‌ ନମ୍ବର ପଞ୍ଜିକୃତ ହୋଇଥିବ ସେମାନେ ଫେବୃଆରୀ ୧ ତାରିଖଠାରୁ ଇ-ଇପିକ୍‌ ନିଜ ମୋବାଇଲ୍‌ରେ ଡାଉନ୍‌ଲୋଡ କରିପାରିବେ ବୋଲି ପୂର୍ବରୁ ନିର୍ବାଚନ ଆୟୋଗ ଘୋଷଣା କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories