ସମାଜ ପୋର୍ଟାଲ ଡେସ୍କ : କୋଳରେ ଏକ ମାସର ଶିଶୁକୁ ଧରି କରୋନା ବିରୋଧ ଲଢେଇପାଇଁ ଆଗେଇ ଆସିଛନ୍ତି ଆଇଏଏସ୍ ଅଧିକାରିଣୀ । ଦେଶର ସଙ୍କଟ ସମୟରେ ନିଜକୁ ଜଣେ ଯୋଦ୍ଧା ଭାବରେ କରୋନା ଯୁଦ୍ଧରେ ସାମିଲ କରିଛନ୍ତି ଆନ୍ଧ୍ରପ୍ରଦେଶ ଗ୍ରେଟର ବିଶାଖାପଟ୍ଟନମ ମୁନିସପାଲ କର୍ପୋରେସନର କମିଶନର ସୃଜନ ଗୁମ୍ମାଲ୍ଲା । ଏହି ଆଇଏଏସ୍ ଅଧିକାରିଣୀ ଜଣଙ୍କ ୬ ମାସର ମାତୃତ୍ଵ ଛୁଟି ନନେଇ କୋଳରେ ଏମ ମାସର ଶିଶୁକୁ ଧରି କାମରେ ଯୋଗଦେଇ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।
ଆନ୍ଧ୍ରପ୍ରଦେଶର ଗ୍ରେଟର୍ ବିଶାଖାପଟନମ୍ ମୁନିସପାଲ୍ କର୍ପୋରେସନର କମିସନର ଭାବେ କାର୍ଯ୍ୟରତ ଥିବା ଏହି ଅଧିକାରିଣୀ ହେଉଛନ୍ତି ୨୦୧୩ ବ୍ୟାଚର ଆଇଏଏସ୍ । ସପ୍ତାହେ ହେବ ସେ ଛୁଆକୁ ଧରି ଅଫିସ୍ ଆସୁଛନ୍ତି। ଅଫିସରେ କାମ କରିବା ବେଳେ ଛୁଆକୁ କୋଳରେ ଧରିଥିବା ତାଙ୍କ ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ଯାହା ପରେ ଏହି ମହିଳା ଆଇଏଏସ ଅଧିକାରିଣୀଙ୍କୁ ସାରା ଦେଶରୁ ପ୍ରଶଂସାର ସୁଅ ଛୁଟୁଛି ।



