www.samajalive.in
Monday, November 17, 2025
17.1 C
Bhubaneswar

ଦୁର୍ଗାପୁର ଜଙ୍ଗଲରେ କ୍ରାଇମ୍‍ ସିନ୍‍ ରିକ୍ରିଏସନ୍‍

ସମାଜ ଡିଜିଟାଲ ଡେସ୍କ: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଖୋଳତାଡ ଜାରି ରଖିଛି ଦୁର୍ଗାପୁର ପୁଲିସ । ଘଟଣାରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପଚରାଉଚରା କରାଯିବା ପରେ ଆଜି ପୁଲିସ କ୍ରାଇମ ସିନ୍‍ ରିକ୍ରିଏସନ୍‍ କରୁଛି । ଜଣେ ଅଭିଯୁକ୍ତକୁ ଧରି ଦୁର୍ଗାପୁର ପରାନଗଞ୍ଜ ଜଙ୍ଗଲରେ ପହଞ୍ଚି କ୍ରାଇମ୍‍ ସିନ୍‍ ରିକ୍ରିଏସନ୍‍ କରୁଛି ପୁଲିସ ଟିମ୍‍ । ଏହି ସମୟରେ ଦୁର୍ଗାପୁର ଡିସିପି ଓ ତଦନ୍ତକାରୀ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି ।

ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କ ପରିବାର ସହ କଥା ହୋଇଛନ୍ତି ଦୁର୍ଗାପୁର ପୁଲିସ । ସମସ୍ତ ୫ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଥିବା କହିଛନ୍ତି ଦୁର୍ଗାପୁର ପୁଲିସ କମିଶନର । ଡିସିପି ପୀଡିତାଙ୍କ ବାପାଙ୍କ ସହ କଥା ହୋଇ ସୁରକ୍ଷା ପ୍ରତିଶ୍ରୁତି ଦେଇଛନ୍ତି । ପୀଡିତାଙ୍କ ପରିବାର ସହ ପୁଲିସ ରହିଛି, ସମସ୍ତ ସହଯୋଗ ଦିଆଯିବ ବୋଲି କମିଶନର କହିଛନ୍ତି ।

Hot this week

ଖସୁଛି ପାରଦ, ବଢ଼ୁଛି ଜାଡ଼

ଭୁବନେଶ୍ବର/ଘୁ. ଉଦୟଗିରି: ସାରା ରାଜ୍ୟରେ ସଞ୍ଜ ନଇଁବା ମାତ୍ରେ ମାଡ଼ି ଆସୁଛି...

ରୋହିଣୀଙ୍କୁ ଚପଲ ଫିଙ୍ଗିଲେ ତେଜସ୍ବୀ

ପାଟନା: ବିହାର ନିର୍ବାଚନରେ ଲାଲୁପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର...

ଆଗକୁ ରାଜ୍ୟସଭା ନିର୍ବାଚନ: ମୋହନଙ୍କ ପାଇଁ ଆହ୍ବାନ

ଭୁବନେଶ୍ବର: ଡବଲ ଇଞ୍ଜିନ ସରକାରଙ୍କ ୧୭ ମାସର ଶାସନ ପରେ ବିଜେପି...

ବାଂଲାଦେଶରେ ହାଇଆଲର୍ଟ: ହାସିନାଙ୍କ ବିରୋଧରେ ଆଜି ଆସିବ ରାୟ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ଉତ୍ତେଜନା ଯୋଗୁଁ ହାଇଆଲର୍ଟ ଜାରି କରାଯାଇଛି...

ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି: ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଦୁଲାଗଣ୍ଡି ଗ୍ରାମ ନିକଟରୁ...

Related Articles

Popular Categories