ହୋଲି ହେଲା କାଳ, ପାଣିରେ ବୁଡ଼ି ଆଉ ୪ ମୃତ

ଭୁବନେଶ୍ବର: ରଙ୍ଗ ନେଲା ଆଉ ୪ ଜୀବନ । ଆଜି ହୋଲିରେ ରଙ୍ଗ ଖେଳିବା ପରେ ଗାଧୋଇବା ବେଳେ ୪ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟର ୩ ପୃଥକ ପୃଥକ ସ୍ଥାନରେ ପାଣିରେ ବୁଡ଼ି ଆଉ ୪ଜଣଙ୍କ ଜୀବନ ଯାଇଛି । ସୂଚନା ମୁତାବକ ସମସ୍ତ ସ୍ଥାନରେ ହୋଲି ଖେଳିବା ପରେ ଗାଧୋଇବା ବେଳେ ଏହି ଅଘଟଣ ଘଟିଛି । କୋରାପୁଟ ଜିଲ୍ଲା ବଣିଆ ଘାଟରେ ଏକା ବେଳେ ୨ ଜଣଙ୍କ ଜୀବନ ନେଇଛି ନଦୀ ପାଣି । ଇନ୍ଦ୍ରବତୀ ନଦୀରେ ବୁଡ଼ିଯାଇ ୨ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ମହାନଦୀର କଟକ ନୂଆ କୋରୁଆଁ ଘାଟରେ ମଧ୍ୟ ଅଘଟଣ ଘଟିଛି । କୋରୁଆଁ ଘାଟରେ ଜଣେ ଯୁବକ ନଦୀରେ ବୁଡ଼ିଯାଇ ତାଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ କେନ୍ଦୁଝର ଟାଉନ୍‌ ଥାନା ହରିଡାଗୋଠାରେ ମଧ୍ୟ ଅଘଟଣ ଘଟିଛି । ହୋଲି ଖେଳିସାରିବା ପରେ ଗାଁର କିଛି ଯୁବକ ପୋଖରୀରେ ଗାଧୋଉଥିଲେ । ଗାଧୋଇବା ସମୟରେ ଜଣେ ଯୁବକ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।  ଅଘଟଣ ଘଟିଥିବା ସମସ୍ତ ସ୍ଥାନରେ ଶୋକାକୁଳ ପରସ୍ଥିତି ସୃଷ୍ଟି ହୋଇଛି ।

kalyan agarbati

Comments are closed.