www.samajalive.in
Tuesday, December 9, 2025
15.1 C
Bhubaneswar

ଚର୍ଚ୍ଚାରେ ରୋହିତ ଭେମୁଲାଙ୍କ ଭାଇ ରାଜା; ଏମ୍‌ଏସ୍‌ସି ପଢ଼ି ଅଟୋ ଚଳାଉଥିଲେ, ଏବେ ଆଇନଜୀବୀ

ହାଇଦରାବାଦ: ରୋହିତ ଭେମୁଲାଙ୍କ ଭାଇ ରାଜା ଭେମୁଲା ଏବେ ଚର୍ଚ୍ଚାକୁ ଆସିଛନ୍ତି। ୨୦୧୫ରେ ଦଳିତ ବୋଲି ନିର୍ଯାତନା କାରଣରୁ ଆତ୍ମହତ୍ୟା କରିଥିଲେ ହାଇଦରାବାସ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଛାତ୍ର ରୋହିତ। ଏହାକୁ ନେଇ ସାରା ଦେଶରେ ହୋହଲ୍ଲା ହୋଇଥିଲା। ରାଜା ହେଉଛନ୍ତି ସେହି ରୋହିତଙ୍କ ସାନ ଭାଇ। ମା’ ରାଧିକାଙ୍କୁ ନେଇ ତାଙ୍କର ପରିବାର। ରୋହିତଙ୍କ ଅପମୃତ୍ୟୁ ପରେ ରାଧିକା ନ୍ୟାୟ ପାଇଁ ସାନ ପୁଅ ରାଜାଙ୍କୁ ଧରି ବାରଦୁଆର ହୋଇଥିଲେ। ଶିକ୍ଷାନୁଷ୍ଠାନରେ ଦଳିତ ଛାତ୍ରଙ୍କୁ ନିର୍ଯାତନା ପ୍ରତିବାଦରେ ବିଭିନ୍ନ ଆନ୍ଦୋଳନରେ ସାମିଲ ହେଲେ। ଏଥିସହିତ ସେମାନଙ୍କ ଜୀବନଧାରା କେବଳ ନୁହେଁ; ମେଧାବୀ ରାଜାଙ୍କ କ୍ୟାରିୟର ମଧ୍ୟ ବଦଳି ଯାଇଥିଲା।
ପୁଡୁଚେରୀ ବିଶ୍ବବିଦ୍ୟାଳୟରୁ ଅପ୍ଲାଏଡ ଜିଓଲୋଜିରେ ଏମ୍‌ଏସ୍‌ସି ଶିକ୍ଷା ଲାଭ କରିଥିବା ରାଜା ବେଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଥିଲେ; କିନ୍ତୁ ଅବସ୍ଥାଚକ୍ରରେ ୨୦୧୭ରୁ ପାଠ ଛାଡ଼ି ପେଟପାଟଣା ପାଇଁ ମାଲବାହୀ ଅଟୋ ରିକ୍ସା ଚଳାଇଲେ। ଏଥିସହିତ ତାଙ୍କର ବୈଜ୍ଞାନିକ ହେବା ଆଶା ମଉଳିଗଲା। ସେ ଅଟୋ ଚଳାଇବା ସହ ଆଇନ ଅଧ୍ୟୟନ କଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସହ ଅନେକେ ତାଙ୍କୁ ଚାକିରି ଜାଚିଲେ; କିନ୍ତୁ ସେ ସ୍ବାଧୀନ ଭାବେ ବଞ୍ଚି ଅନ୍ୟାୟ ଅନୀତି ବିରୋଧରେ ଲଢ଼ିବା ଓ ସ୍ବାଭିମାନରେ ବଞ୍ଚିବା ଶିଖିଯାଇଥିବାରୁ ଏହାକୁ ପ୍ରତ୍ୟାଖ୍ୟାନ କଲେ। ସମାଜକୁ କିଛି ଅବଦାନ ରଖିବାରେ ଓ ନିଜ ପାଇଁ ନ୍ୟାୟ ହାସଲ କରିବାରେ ଆଇନ ପେସା ହିଁ ସହାୟକ ହେବ ବୋଲି ସେ ସ୍ଥିର କଲେ।

ଏବେ ସେ ଏହି ଶିକ୍ଷା ଶେଷ କରିବା ସହ ଲାଇସେନ୍ସ ହାସଲ ପୂର୍ବକ ଆଇନଜୀବୀ ଭାବେ ଜୀବନ ଆରମ୍ଭ କରିଛନ୍ତି। ଏହା ମାଧ୍ୟମରେ ସେ ଅନ୍ୟମାନଙ୍କୁ ନ୍ୟାୟ ଦେଇପାରିବେ ବୋଲି ଆଶାପୋଷଣ କରିଛନ୍ତି। ମାଆ ରାଧିକା ଏବେ ‘ଆଡ୍‌ଭୋକେଟ୍‌ ରାଜା ଭେମୁଲା’ଙ୍କୁ ପାଇ ବେଶ୍‌ ଖୁସି। ସେ ନିଜେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ବହୁ ରୋହିତଙ୍କ ପାଇଁ ସାନ ରାଜା ଏବେ ନ୍ୟାୟ ହାସଲ କରିପାରିବ। ସୂଚନାଯୋଗ୍ୟ ଯେ ତାଲାବନ୍ଦ ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ମା’ପୁଅ ରୋହିତ ଭେମୁଲା ସେବା ସଙ୍ଘମ୍‌ ପତାକା ତଳେ ଖାଦ୍ୟ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories