www.samajalive.in
Tuesday, December 9, 2025
15.1 C
Bhubaneswar

‘ସମାଜ’ ପ୍ରଭାବ: ପାନୀୟଜଳ ସମସ୍ୟା ଥିବା ଦେଉଳବାଡି ଗ୍ରାମରେ ମରାମତି ହେଲା ନଳକୂପ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡଗୁଡା ପଞ୍ଚାୟତର ଦେଉଳବାଡି ଗ୍ରାମରେ ପାନୀୟ ଜଳ ସମସ୍ୟା ନେଇ ‘ସମାଜ’ରେ ଖବର ପ୍ରକାଶ ପାଇବା ପରେ ମଙ୍ଗଳବାର ଗୋଟିଏ ନଳକୂପ ମରାମତି କରାଯାଇଛି। ବୁଡଗୁଡା ସରପଞ୍ଚ ଶ୍ରୀରାମ କାଡ୍ରାକା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ, ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ବିଭୁତି ପଣ୍ଡା, ଏସିଏମମାନେ ଉପସ୍ଥିତ ରହି ତିନୋଟି ନଳକୂପ ମଧ୍ୟରୁ ଗୋଟିଏ ନଳକୂପ ମରାମତି କରିଛନ୍ତି।

ଏହି ଗ୍ରାମରେ ଦୁଇଟି ସାହିରେ ପ୍ରାୟ ୩୫ଟି ଘରେ ପ୍ରାୟ ୩୦୦ ଲୋକ ବସବାସ କରନ୍ତି। ଏହି ଗ୍ରାମରେ ତିନୋଟି ନଳକୂପ ରହିଛି, କିନ୍ତୁ ଏକ ହାଣ୍ଡି ପାଣି ବାହାରୁ ନାହିଁ। ଯେଉଁ ନଳକୂପରୁ ପାଣି ବାହାରୁଛି, ତାହା ବ୍ୟବହାର ଉପଯୋଗୀ ନୁହେଁ। ସେଥିରୁ କେବଳ ଲୁହା ଗୁଣ୍ଡ ଭଳି ପାଣି ବାହାରୁଥିଲା। ଗ୍ରାମବାସୀ ନଳକୂପ ଖରାପ ହୋଇଥିବା ନେଇ ପଞ୍ଚାୟତରେ କହି ଆସୁଥିଲେ, କିନ୍ତୁ କିଛି ପ୍ରଭାବ ପଡୁନଥିଲା। ଗ୍ରାମ ପାଖରେ ଥିବା ପୋଖରୀ ନିକଟରେ ଏକ ଝର ବାହାରିବାରୁ ଗ୍ରାମବାସୀ ସେହି ଝର ନିକଟରେ ଏକ ଚୁଆଁ ଖୋଳି ସେହି ପାଣି ବ୍ୟବହାର କରି ଆସୁଥିଲେ। ପୋଖରୀରେ ଗାଈଗୋରୁଠାରୁ ଆରମ୍ଭକରି ଲୋକମାନେ ଓ ଲୁଗାପଟା ସଫା ମଧ୍ୟ କରି ସେହି ପାଣିକୁ ବ୍ୟବହାରୁ କରି ଆସୁଛନ୍ତି। ଫଳରେ ଗ୍ରାମରେ ପ୍ରାୟ ୩ରୁ ୪ ଜଣ କିଡ୍‌ନୀ ରୋଗରେ ଆକ୍ରାନ୍ତ ସହ ଅନ୍ୟ ଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଏହାକୁ ନେଇ ନେତାଠାରୁ ଆରମ୍ଭକରି ପଞ୍ଚାୟତ, ବ୍ଲକ ପ୍ରଶାସନକୁ ବାରମ୍ବାର ଗୁହାରି କରି ଆସୁଥିଲେସୁଦ୍ଧା କୌଣସି ସୁଫଳ ମିଳୁ ନଥିବା ଗ୍ରାମର ମମିଳା ଝାଲିଆ, ମାଣିକାଲୁ ମହେଶ୍ୱେରୀ, ସହେନ୍ଦ୍ରି ସାଲକା, ଗାଙ୍ଗନା କୁନି, କସ୍ତୁରୀ ଗୁନା, ପାର୍ବତୀ ସାହୁ, ଦାଣ୍ଡୁପାତି ସାରଦା, ଦାଣ୍ଡୁପାତି ଗୌରୀ, ଦାଣ୍ଡୁପାତି ପାର୍ବତୀ ପ୍ରମୁଖ ଅଭିଯୋଗ କରିଥିଲେ। ଏହାକୁ ନେଇ ବୁଡଗୁଡା ସରପଞ୍ଚ ଶ୍ରୀରାମ କାଡ୍ରାକା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ ଏହୀ ଗ୍ରାମକୁ ଯାଇ ସମସ୍ୟା ସମାଧାନ କରାଯିବ ବୋଲି କହି ଆଜି ପର୍ଯ୍ୟନ୍ତ କରିନଥିବା ଗ୍ରାମବାସୀ କହିଥିଲେ। ଏ ସମ୍ପର୍କରେ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ବିଭୁତି ପଣ୍ଡାଙ୍କୁ ପଚାରିବାରୁ ଏ ସମ୍ପର୍କରେ କେହି ଜଣାଇ ନାହାନ୍ତି, ଦୁଇ ଦିନ ମଧ୍ୟରେ ସମସ୍ୟା ସମାଧାନ କରାଯିବ ବୋଲି କହି ମରାମତି କରିଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories