www.samajalive.in
Tuesday, December 9, 2025
26.1 C
Bhubaneswar

ବିଦ୍ୟାର୍ଥୀଙ୍କ କୃତୀତ୍ୱ ଶିକ୍ଷାନୁଷ୍ଠାନକୁ ଗୌରବ ଆଣିଦିଏ

ଗୁରୁଡିଝାଟିଆ :  ବିଦ୍ୟାର୍ଥୀ ଶିକ୍ଷାନୁଷ୍ଠାନର ଗର୍ବ ଗୌରବ । ସେମାନଙ୍କ ଲୁକାୟିତ ପ୍ରତିଭାକୁ ଉନ୍ମୋଚନ କରିବା ଶିକ୍ଷକଙ୍କର ମୌଳିକ କର୍ତ୍ତବ୍ୟ । ବିଦ୍ୟାର୍ଥୀଙ୍କ କୃତୀତ୍ୱ ଶିକ୍ଷାନୁଷ୍ଠାନ ପାଇଁ ସ୍ୱତନ୍ତ୍ର ଗୌରବ ଆଣିଦେବା ସଂଗେ ସଂଗେ ଦେଶ ଓ ଜାତିର ପ୍ରଗତିରେ ଭାଗିଦାର କରିଥାଏ ବୋଲି କଖଡି ନୋଡାଲ ଉଚ୍ଚ ବିଦ୍ୟାଳୟର ୨ଶହ ୯୧ଜଣ ବିଦ୍ୟାର୍ଥୀଙ୍କୁ ପୋଷାକ ଓ ଜୋତା ବିତରଣ କରି କଖଡି ଗ୍ରାପ ସରପଞ୍ଚ ଶାନ୍ତିପ୍ରିୟା ମହାନ୍ତି ଉପରୋକ୍ତ ମତପ୍ରକାଶ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ରଣଜିତ୍ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅ।।ୟୋଜିତ ପୋଷାକ ବିତରଣ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମହାଦେବ ମୁଦୁଲି,ବରିଷ୍ଠ ଶିକ୍ଷକ ଶିବପ୍ରସାଦ ପତି ଓ ଆଠଗଡ ସମସରପୁର ସାବିତ୍ରୀ ରଥ ବିଦ୍ୟାପୀଠର ସୂର୍ଯ୍ୟମଣି ବେହେରା ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ପ୍ରତିକୂଳ ପରିବେଶ ଭିତରେ ପ୍ରତ୍ୟେକ ବିଦ୍ୟାର୍ଥୀ ନିଜକୁ ଗଢିତୋଳି ଆଲୋକବର୍ତ୍ତିକା ଭାବରେ ଉଭା ହୋଇ ନିଜ ପରିବାର ତଥା ଦେଶର ନାମକୁ ଉଜ୍ୱଳ କରି ଉତ୍ତରପିଢି ପାଇଁ ସ୍ୱତନ୍ତ୍ର ପାଦଚିହ୍ନ ଛାଡିଯିବାପାଇଁ କହିଥିଲେ। ଷଷ୍ଠ,ସପ୍ତମ ଓ ଅଷ୍ଟମ ଶ୍ରେଣୀର ମୋଟ ୨୯୧ଜଣ ବିଦ୍ୟାର୍ଥୀଙ୍କୁ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ପୋଷାକ ଓ ଜୋତା ବଣ୍ଟନ କରାଯାଇଥିଲା।ଏହି ଅବସରରେ ବିଦ୍ୟାଳୟରୁ ପଦୋନ୍ନତି ହୋଇ ସାବିତ୍ରୀ ରଥ ବିଦ୍ୟାପୀଠର ପ୍ରଧାନଶିକ୍ଷକ ଭାବରେକାର୍ଯ୍ୟ କରୁଥିବା ସୂର୍ଯ୍ୟମଣି ବେହେରାଙ୍କୁ ବିଦ୍ୟାଳୟ ପକ୍ଷରୁ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇ ବିଦାୟ କରାଯାଇଥିଲା। ବିଦ୍ୟାର୍ଥୀ ବିଦାୟୀ ଶିକ୍ଷକଙ୍କ ପରିବେଶ ପ୍ରୀତି,ଶିକ୍ଷାଦାନର ଶୈଳୀ ସଂପର୍କରେ ଅଙ୍ଗେ ଲିଭାଇଥିବା ସ୍ମୃତିକୁ ପରିପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହିଥିଲେ। କୋଭିଡ ନିୟମ ଅନୁଯାୟୀ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ସୁକାନ୍ତ କୁମାର ନାୟକ, ହେମନ୍ତ କୁମାର ସାହୁ ତନୁଶ୍ରୀ ବେହେରା, ସୁପ୍ରିୟା ପ୍ରିୟଦର୍ଶିନୀ ପ୍ରମୁଖ ପରିଚାଳନା କରିଥିଲେ।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories