www.samajalive.in
Sunday, December 7, 2025
26.1 C
Bhubaneswar

ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଝୁମ୍ପୁରା ବ୍ଲକର ଉନ୍ନୟନ କାର୍ଯ୍ୟର ସମୀକ୍ଷା

ଝୁମ୍ପୁରା :  ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଝୁମ୍ପୁରା ବ୍ଲକ ଗ୍ରସ୍ଥ କରି ଝୁମ୍ପୁରା ବ୍ଲକରେ ଚାଲିଥିବା ଉନ୍ନୟନ କାର୍ଯ୍ୟଗୁଡିକର ସମୀକ୍ଷା କରିଛନ୍ତି। ବ୍ଲକର ବିଭିନ୍ନ ପ୍ରକଳ୍ପ ଗୁଡିକ ପରିଦର୍ଶନ କରିବା ପରେ ବ୍ଲକ ପରିସର ମଧ୍ୟରେ ଓ ବ୍ଲକର ବିଭିନ୍ନ ପଞ୍ଚାୟତରେ ଚାଲିଥିବା ଉନ୍ନୟନ କାର୍ଯ୍ୟଗୁଡିକର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ବ୍ଲକର ବିଭିନ୍ନ ଗ୍ରାମରେ ଚାଲିଥିବା ଗ୍ରାମୀଣ ଗୃହ ଗୁଡିକର ନିର୍ମାଣରେ ଅଗ୍ରଗତି କରିବା ସହିତ ମନରେଗା ଯୋଜନାକୁ ଅଧିକ ଆଗ୍ରାଧିକାର ଦେବା ସହିତ ଏହି ଯୋଜନାରେ କିପରୀ ଅଧିକରୁ ଅଧିକ ଲୋକ କାମ ପାଇ ନିଜର ଗୁଜୁରାଣ ମେଣ୍ଟାଇ ପାରିବେ ସଥିପ୍ରତି ବିଶେଷ ଧ୍ୟାନ ଦେବାକୁ ବ୍ଲକ ପ୍ରଶାସନକୁ ପରାମର୍ଶ ଦେଇଥିଲେ। ତା ସହିତ ବ୍ଲକର ବିଭିନ୍ନ ଆଦର୍ଶ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା କାର୍ଯ୍ୟ ଗୁଡିକୁ ନିର୍ଦ୍ଦାରିତ ସମୟ ମଧ୍ୟରେ ଶେଷ କରିବା ପାଇଁ ପରାମର୍ଶ ଦେବା ସହିତ ବିଭାଗୀୟ ଯନ୍ତ୍ରୀ ମାନେ ଏହି କାର୍ଯ୍ୟ ଗୁଡିକୁ ନିୟମିତ ତଦାରଖ କରି ବ୍ଲକ ପ୍ରଶାସନକୁ ତାର ଅଗ୍ରଗତିର ତଥ୍ୟ ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଥିଲେ। ବ୍ଲକ ପରିସରର ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦେବା ସହିତ ବ୍ଲକରେ ଖାଲି ପଡିଥିବା ସ୍ଥାନକୁ ସୌନ୍ଦର୍ଯ୍ୟ କରଣ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ବ୍ଲକର ଉନ୍ନୟନ କାର୍ଯ୍ୟ ସମୀକ୍ଷା ସମୟରେ  ବିଡିଓ ବିଜୟ କୁମାର ନାୟକ, ସହକାରୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ସାହୁ, ମନରେଗା ପ୍ରକଳ୍ପ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ନାଏକ, ବିପିଏମ ମଧୁସ୍ମିତା ଦାସ, ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ପଟ୍ଟନାୟକ ଙ୍କ ସମେତ ବ୍ଲକର ଅନ୍ୟ ପଦାଧିକାରୀ ମାନେ ଉପସ୍ଥିତ ରହିଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories