www.samajalive.in
Tuesday, December 9, 2025
15.1 C
Bhubaneswar

ବୁର୍ଲାରେ ଖୋଲିଲା ‘ୱାନ ରୁପିଜ କ୍ଲିନିକ’, ଡାକ୍ତରଙ୍କ ଫି’ ରହିଛି ଏକଟଙ୍କା

ବୁର୍ଲା: ବୁର୍ଲା ଭିମସାରର ସହକାରୀ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀ ପୁଣି ଗରିବ ରୋଗୀ ସେବାରେ ଆଉ ଏକ ନିଆରା ପ୍ରାୟାସ ଆରମ୍ଭ କରିଛନ୍ତି। ପୂର୍ବରୁ ବିଭିନ୍ନ ଅସହାୟ ଏବଂ ଗରିବ ରୋଗୀଙ୍କୁ ସହାୟତା  କରିଥିବା ଡା.ରାମଚନ୍ଦାନୀ ଶୁକ୍ରବାର ଠାରୁ ଏକ କ୍ଲିନିକ୍ ଖୋଲିଛନ୍ତି। କ୍ଲିନିକକୁ ଚିକିତ୍ସା ସେବା ପାଇବା ପାଇଁ ଆସୁଥିବା ରୋଗୀଙ୍କୁ ମାତ୍ର ଏକ ଟଙ୍କା ଫି ଦେବାକୁ ପଡ଼ିବ। ତେବେ କୌଣସି ଏକ କ୍ଲିନିକ୍‌ରେ ଟଙ୍କାଟିଏ ଫି ଦେଇ ଚିକିତ୍ସା ସେବା ପାଇବା ପଶ୍ଚିମ ଓଡିଶାରେ ପ୍ରଥମ ବୋଲି ଜଣାପଡିଛି। ଅପରପକ୍ଷରେ ଡା.ରାମଚନ୍ଦାନୀଙ୍କ ଏଭଳି ପ୍ରାୟସକୁ ବିଭିନ୍ନ ମହଲରେ ପ୍ରଶାଂସା କରାଯାଇଛି। ଭିମସାର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀ ଏବଂ ତାଙ୍କ ଧର୍ମପତ୍ନୀ ଡାକ୍ତର ଶିଖା ରାମଚନ୍ଦାନୀ ଶୁକ୍ରବାରଠାରୁ ଗରିବ ରୋଗୀଙ୍କ ସେବା ପାଇଁ ଏକ ନୂତନ ପ୍ରାୟସ ଆରମ୍ଭ କରିଛନ୍ତି। ପୂର୍ବରୁ କେବଳ ଡା. ଶଙ୍କର ଏଭଳି ସେବା କରୁଥିବା ବେଳେ ବର୍ତ୍ତମାନ ତାଙ୍କ ଧର୍ମପତ୍ନୀ ମଧ୍ୟ ଏହି ଗରିବ ରୋଗୀଙ୍କ ସେବାକୁ ଅପଣେଇ ତାଙ୍କ ପତିଙ୍କୁ ସହଯୋଗ କରିବେ ବୋଲି ଜଣାପଡିଛି।

 

- Advertisement -

ବୁର୍ଲା ସହରର ଇନ୍ଦିରାଛକ ନିକଟସ୍ଥ ନିଜ ବାସଭବନ ନିକଟରେ ଏହି କ୍ଲିନିକ ଆରମ୍ଭ କରିଛନ୍ତି। କ୍ଲିନିକର ନାମ ରହିଛି ‘ୱାନ ରୁପିଜ କ୍ଲିନିକ’। ମୂଖ୍ୟତଃ ମେଡିକାଲକୁ ଆସୁଥିବା ଗରିବ ରୋଗିମାନେ ଲମ୍ବାଧାଡି ବାନ୍ଧି ଛିଡା ହେଉଛନ୍ତି। ଫଳରେ ଏତେସଂଖ୍ୟକ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇବାରେ କିଛିଟା ବିଳମ୍ବ ହେଉଛି । ତେଣୁ ଯେଉଁ ଗରିବ ଶ୍ରେଣୀର ରୋଗୀମାନେ ମେଡିକାଲରେ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି କିମ୍ବା ଦିବ୍ୟାଙ୍ଗ, କୁଷ୍ଠ ରୋଗୀ, ବୃଦ୍ଧ ଏବଂ ବୃଦ୍ଧା ରୋଗି କିମ୍ବା ଯେଉଁ ମାନେ ଲମ୍ବା ଧାଡିରେ ଠିଆ ହେବାକୁ ସକ୍ଷମ ନୁହନ୍ତି ସେହି ରୋଗି ମାନଙ୍କ ପାଇଁ ଡା.ରାମଚନ୍ଦାନୀ କିଛି ସମୟ ଦେବା ଉଦ୍ୟଶ୍ୟରେ ଏହି ପ୍ରାୟସ ଆରମ୍ଭ କରିଥିବା କହିଛନ୍ତି । ଡା.ଶଙ୍କର ଭିମସାର ମେଡିସିନ ବିଭାଗର ଡାକ୍ତର ଥିବା ବେଳେ ତାଙ୍କ ପତ୍ରୀ ଡା.ଶିଖା ରେଲବାଇ ବିଭାଗର ଦନ୍ତ ବିଭାଗର ଡାକ୍ତର ଅଛନ୍ତି। ତେବେ ପ୍ରଥମ ଦିନରେ ୩୩ ଜଣ ଗରିବ ଶ୍ରେଣୀର ରୋଗି ଏହି କ୍ଲିନିକରେ ସେବା ପାଇଥିବା ଜଣାପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories