ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ମଧ୍ୟରେ ଦକ୍ଷିଣ କୋରିଆର ବୁସାନରେ ଆଲୋଚନା ହୋଇଛି । ଦୁଇ ରାଷ୍ଟ୍ରମୁଖ୍ୟ ନିଜ ନିଜ ଟିମ୍ ସହିତ ଏକ ଟେବୁଲରେ ବସି ବୈଠକ କରିବା ପରେ ଗଣମାଧ୍ୟମରେ ସୂଚନା ଦେଇଥିଲେ । ଛଅ ବର୍ଷ ପରେ ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ ହୋଇଛି । ବୈଠକ ସମୟରେ, ଦୁଇ ଦେଶ ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗରେ ମତ ବିନିମୟ କରିଥିଲେ ।
ବୈଠକ ପରେ ରାଷ୍ଟ୍ରପତି ଟ୍ରମ୍ପ ଏବଂ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଜଣେ କଠୋର ଆଲୋଚନକାରୀ ଭାବରେ ବର୍ଣ୍ଣନା କରିଥିଲେ । ଏହାସହିତ କହିଥିଲେ ଯେ ଚୀନ ଓ ଆମେରିକା ମଧ୍ୟରେ ଭଲ ସମ୍ପର୍କ ରହିଛି । ସେ ଆଶା କରିଛନ୍ତି ଯେ ସେମାନଙ୍କ ସାକ୍ଷାତ ସଫଳ ହେବ ଏବଂ ଏକ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇପାରିବ । ଟ୍ରମ୍ପ ୨୦୨୬ରେ ଚୀନ ଗସ୍ତ କରିବାକୁ ଯୋଜନା କରିଛନ୍ତି ।
President Donald J. Trump meets with Chinese President Xi Jinping in South Korea.
“I think we’re going to have a fantastic relationship for a long period of time, and it is an honor to have you with us.” pic.twitter.com/ISpVBzkvN3
— The White House (@WhiteHouse) October 30, 2025
ସେପଟେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଟ୍ରମ୍ପଙ୍କୁ ଭେଟିବା ପରେ ପ୍ରତିକ୍ରିୟାରେ କହିଛନ୍ତି ଯେ ‘ଟ୍ରମ୍ପଙ୍କୁ ଭେଟି ଭଲ ଲାଗିଲା । ଆମେ ପ୍ରାୟତଃ ମତଭେଦ କରୁ, କିନ୍ତୁ ଏହା ସ୍ୱାଭାବିକ । ଦୁଇଟି ପ୍ରମୁଖ ଅର୍ଥନୈତିକ ଶକ୍ତି ମଧ୍ୟରେ ଦ୍ୱନ୍ଦ୍ୱ ହେବା ମଧ୍ୟ ସ୍ୱାଭାବିକ । ଚୀନ୍ ଏବଂ ଆମେରିକା ବ୍ୟବସାୟିକ ଅଂଶୀଦାର ଏବଂ ବନ୍ଧୁ, ଏହା ସେପରି ହେବା ଉଚିତ୍ । ଏକ ବାଣିଜ୍ୟ ଚୁକ୍ତି ଉପରେ ଏକ ମୌଳିକ ଚୁକ୍ତି ହୋଇଛି । ଏହାକୁ ଚୂଡାନ୍ତ କରିବା ପାଇଁ ଆଲୋଚନା ଚାଲିଛି । ଉଭୟ ଦେଶ ଏକାଠି କାମ କରିପାରିବେ । ସେମାନେ ପରସ୍ପରକୁ ପ୍ରଗତିରେ ସାହାଯ୍ୟ କରିପାରିବେ । ଏହି ସାକ୍ଷାତକାର ପରେ ଆମେ ଏକ ବାଣିଜ୍ୟ ଚୁକ୍ତିରେ ପହଞ୍ଚିବାକୁ ଆଶା କରୁଛୁ ।