ପାଣି ସ୍ୱାସ୍ଥ୍ୟ ପାଇଁ ନିତାନ୍ତ ଜରୁରୀ। ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ପ୍ରତିଦିନ ୮ ରୁ ୯ ଗ୍ଲାସ ପାଣି ପିଇବାକୁ ପରାମର୍ଶ ଦେଇଥାଆନ୍ତି। ନିୟମିତ ସଠିକ ପରିମାଣରେ ପାଣି ପିଇବା ଦ୍ୱାରା ଅନେକ ରୋଗରୁ ଶରୀରକୁ ରକ୍ଷା କରିଥାଏ। ମାତ୍ର ଏପରି କେତେକ ଖାଦ୍ୟ ରହିଛି,ଯାହାକୁ ଖାଇବା ସମୟରେ କିମ୍ବା ପରେ ପାଣି ପିଇବା ଉଚିତ ନୁହେଁ। ଆୟୁର୍ବେଦରେ ମଧ୍ୟ ପାଣି ପିଇବାକୁ ନେଇ କିଛି ନିୟମ ବର୍ଣ୍ଣନା କରାଯାଇଛି। ତେବେ ଏଭଳି କେତେକ ଖାଦ୍ୟ ରହିଛି ଯେଉଁ ଖାଦ୍ୟ ଖାଇବା ପରେ କିମ୍ବା ସମୟରେ ପାଣି ପିଇବା ଦ୍ୱାରା ପେଟ ସହ ଜଡିତ ସମସ୍ୟା ଗ୍ୟାଷ୍ଟ୍ରିକ୍,ଏସିଡିଟି, ବଦହଜମି ସମସ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ..
କଦଳୀରେ ଫାଇବର ପ୍ରଚୁର ମାତ୍ରାରେ ରହିଛି। ମାତ୍ର କଦଳୀ ଖାଇବା ପରେ ପାଣି ପିଇବା ଆଦୌ ଉଚିତ ନୁହେଁ। ଏପରି କରିବା ଦ୍ୱାରା ପେଟରେ ଗ୍ୟାଷ୍ଟ୍ରିକ୍ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ପାଚନ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।
ଖଟା ଫଳ ଯେପରି କମଳା, ଅଙ୍ଗୁର, ଲେମ୍ବୁ । ଏଥିରେ ପ୍ରଚୁର ମାତ୍ରାରେ ପାଣି ମଧ୍ୟ ଥାଏ। ଏସବୁ ଫଳ ଖାଇବା ପରେ ପାଣି ପିଇବା ଦ୍ୱାରା ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ।
ଦହି ପାଚନ ତନ୍ତ୍ର ପାଇଁ ଖୁବ ଉପକାରୀ। ପେଟ ପାଇଁ ମଧ୍ୟ ଉପକାରୀ। ମାତ୍ର ଦହି ଖାଇବା ପରେ ପାଣି ପିଅନ୍ତୁ ନାହିଁ। ପାଣି ପିଇବା ଦ୍ୱାରା ପେଟ ଜନିତ ଅନେକ ରୋଗ ସୃଷ୍ଟି ହୋଇଥାଏ।
ସେହିପରି ରାଗୁଆ କିମ୍ବା ଚଟ୍ପଟା ଖାଇବା ପରେ କିମ୍ବା ଖାଇବା ସମୟରେ ପାଣି ପିଅନ୍ତୁ ନାହିଁ। ରାଗ ଲାଗିଲେ ସର୍ବଦା କ୍ଷୀର କିମ୍ବା ଦହି ଖାଆନ୍ତୁ। ମାତ୍ର ପାଣି ପିଇବା ଦ୍ୱାରା ପେଟରେ ଜଳାପୋଡା ସମସ୍ୟା ବୃଦ୍ଧି ପାଇଥାଏ।
କଦଳୀ ,ଲଙ୍କା ଖାଇବା ପରେ ତୁରନ୍ତ ପାଣି ପିଉଛନ୍ତି କି?
Popular Categories



