www.samajalive.in
Tuesday, December 9, 2025
23.1 C
Bhubaneswar

ଜନଶୁଣାଣି ବେଳେ ଗଣ୍ଡଗୋଳ

କୋରାପୁଟ/ସୁନାବେଡ଼ା : ଆଜି ମାଳି ପର୍ବତରେ ବକ୍ସାଇଟ ଖନନ ନିମନ୍ତେ ପ୍ରଶାସନ ଓ ପରିବେଶ ପ୍ରଦୂଷଣ ବିଭାଗ ପକ୍ଷରୁ ସେମିଳିଗୁଡ଼ା ବ୍ଲକର କଙ୍କଡ଼ାଆମ୍ବ ଗାଁରେ ଜଣଶୁଣାଣି ଚାଲିଥିବାବେଳେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଛି। ବିପକ୍ଷବାଦୀ ସଭାସ୍ଥଳରେ ପହଞ୍ଚି ଗଣ୍ଡଗୋଳ କରିବାରୁ ସଭାସ୍ଥଳ ରଣକ୍ଷେତ୍ର ପାଲଟିଥିଲା। ଧସ୍ତାଧସ୍ତି ପରେ ସଭାସ୍ଥଳ ଭାଙ୍ଗିଯାଇଥିଲା। ଜନଶୁଣାଣିକୁ ଆସିଥିବା ଅତିରିକ୍ତ ଜିଲାପାଳ ଦେବେନ କୁମାର ପ୍ରଧାନ ଗହଳିରେ ଫସି ଯାଇଥିବା ବେଳେ ପୁଲିସ ସୁରକ୍ଷାରେ ବାହାରି ଆସିଥିଲେ । ସେହିପରି ଏହି କାର୍ଯ୍ୟରେ ସହଯୋଗ କରୁଥିବା ପାଞ୍ଚଜଣ ମାଜିଷ୍ଟ୍ରେଟ ମଧ୍ୟ ଆକ୍ରୋଶର ଶିକାର ହୋଇଥିଲେ ଓ ଜଣକର ମୋବାଇଲ ହଜିଥିବା ମଧ୍ୟ ସୂଚନା ମିଳିଛି। ମାଳି ପର୍ବତର ଜନଶୁଣାଣି ବେଳେ ୧୮ଟି ଗ୍ରାମରୁ ଲୋକେ ଆସି ଖଣି ଖନନକୁ ବିରୋଧ କରିଥିଲେ। ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ସମୋନ ଜନଶୁଣାଣି ସ୍ଥଳରେ ପ୍ରବେଶ କରିଥିଲେ ପୁଲିସ ସେମାନଙ୍କୁ ରୋକିବାରେ ସମର୍ଥ ହୋଇପାରି ନ ଥିଲା। ସଭା ଚାଲିଥିବା ବେଳେ ହିଣ୍ଡାଲକୋ କମ୍ପାନୀର ବରିଷ୍ଠ ଅଧିକାରୀ,  ମୈତ୍ରୀ କମ୍ପାନୀର ବରିଷ୍ଠ କର୍ମଚାରୀ ବିରୋଧୀଙ୍କ ଆକ୍ରୋଶର ଶିକାର ହୋଇଥିବା ଜଣାପଡ଼ିଛି। ହିଣ୍ଡାଲକୋ କାରଖାନାର ଜଣେ ବରିଷ୍ଠ ଅଧିକାରୀ ଗୁରୁତର ଆହତ ହୋଇ ସେମିଳିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଏବେ ବି ୧୦ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ଅଛନ୍ତି । ସବୁଠୁ ଗୁରୁତର ବିଷୟ ହେଲା ପୁଲିସର ତ୍ରିସ୍ତରୀୟ ସୁରକ୍ଷା ବଳୟ ଦେଇ ଲୋକେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ସଭାସ୍ଥଳରେ ପହଞ୍ଚିଯିବା ଓ ଗଣ୍ଡଗୋଳ ବେଳେ ଅତିରିକ୍ତ ଜିଲାପାଳ, ମାଜିଷ୍ଟ୍ରେଟ ଓ ପରିବେଶ ପ୍ରଦୂଷଣ ଅଧିକାରୀ ନିଜକୁ ନିଜେ ବଞ୍ଚାଇବା ପୁଲିସ ଉଦ୍ଧାର କରିବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆନ୍ଦୋଳନକାରୀ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏହା ପରେ କୋରାପୁଟରେ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକ, ଅତିରିକ୍ତ ଜିଲାପାଳ, ଭାରତୀୟ ପ୍ରଶାସନିକ ସେବା ପ୍ରମାଣିକରଣ ଅଧିକାରୀ (ଆଇଏଏସ ପ୍ରୋବେସନର)ମଧ୍ୟରେ ଏକ ଏକ ଆଲୋଚନା ଅନୁଷ୍ଠିତ ହୋଇଥିବା ଜଣାଯାଇଛି। ଅନ୍ୟପକ୍ଷରେ ଜନଶୁଣାଣିରେ ପ୍ରଥମଥର ପାଇଁ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories