www.samajalive.in
Tuesday, December 9, 2025
26.1 C
Bhubaneswar

ଶବ୍ଦ ପ୍ରଦୂଷଣ ରୋକିବାକୁ ଜିଲାପାଳ, ଏସ୍‌ପିଙ୍କୁ ନିର୍ଦେଶ

ଭୁବନେଶ୍ବର: ଏଣିକି ବାହାଘର କିମ୍ବା ଅନ୍ୟ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ କିମ୍ବା ଜନସଭାରେ ଶବ୍ଦ ପ୍ରଦୂଷଣ ସୃଷ୍ଟି କରୁଥିଲେ ସାବଧାନ। କଡ଼ା କାର୍ଯ୍ୟାନୁଷ୍ଠାନ ହୋଇପାରେ। ଶବ୍ଦ ପ୍ରଦୂଷଣ ଉପରେ ଅଙ୍କୁଶ ଲଗାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦେଶ ଦିଆଯାଇଛି। ଏ ନେଇ ଜଙ୍ଗଲ ଓ ପରିବେଶ ବିଭାଗ ସଦସ୍ୟ ସଚିବ କେ. ମୃଗସେନ ମଙ୍ଗଳବାର ସମସ୍ତ ଜିଲାପାଳ ଓ ଏସପିଙ୍କୁ ଚିଠି ଲେଖି ଶବ୍ଦ ପ୍ରଦୂଷଣ ଉପରେ ନଜର ରଖିବାକୁ କହିଛନ୍ତି। ସେମାନଙ୍କ ଅଞ୍ଚଳରେ ଶବ୍ଦ ପ୍ରଦୂଷଣ ଉପରେ ନିୟନ୍ତ୍ରଣ ରଖିବାକୁ ଚିଠିରେ ନିର୍ଦେଶ ଦିଆଯାଇଛି। ଫେବୃଆରୀ ୧୯ରେ ହୋଇଥିବା ପରିବେଶ ସମ୍ବନ୍ଧୀୟ ବୈଠକରେ ରାଜ୍ୟର ବିଭିନ୍ନ ସ୍ଥାନରେ ସୃଷ୍ଟି ହେଉଥିବା ଶବ୍ଦ ପ୍ରଦୂଷଣ ଉପରେ ମୁଖ୍ୟ ଶାସନ ସଚିବ ଅସନ୍ତୋଷ ପ୍ରକାଶ କରିଥିଲେ।

ଅନେକ ସମୟରେ ବାହାଘର ଶୋଭାଯାତ୍ରାରେ ଯାଉଥିବା ଡିଜେ ଓ ଧାର୍ମିକ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଜନସଭାବେଳେ ବାଜୁଥିବା ଡାକବାଜି ଯନ୍ତ୍ରର ଶବ୍ଦ ଅସହ୍ୟ ହୋଇପଡ଼ୁଛି। ଏହା ବୟସ୍କ, ରୋଗଗ୍ରସ୍ତ ତଥା ଶିଶୁମାନଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି। କିନ୍ତୁ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି। ତେଣୁ ନିଜ ନିଜ ଅଞ୍ଚଳରେ ୬୫ ଡେସିବେଲରୁ ଅଧିକ ଶବ୍ଦରେ ଯେପରି ଡିଜେ କିମ୍ବା ଡାକବାଜି ଯନ୍ତ୍ର ବାଜିବନି ସେ ଉପରେ ନଜର ରଖିବାକୁ କୁହାଯାଇଛି। କୌଣସି କାର୍ଯ୍ୟକ୍ରମ‌ରେ ଡାକବାଜି ଯନ୍ତ୍ର କିମ୍ବା ଡିଜେ ବଜାଇବାକୁ ହେଲେ ଥାନାରୁ ଅନୁମତି ଆଣିବାକୁ ନିର୍ଦେଶ ଦିଆଯାଇଛି। ଯଦି କେହି ନିୟମ ଉଲ୍ଲଘଂନ କରନ୍ତି ତାହାହେଲେ ତାଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରିବାକୁ ନିର୍ଦେଶ ଦିଆଯାଇଛି। ଏନେଇ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତା’ ଉପରେ ୪ ସପ୍ତାହ ମଧ୍ୟରେ ମୁଖ୍ୟ ସଚିବଙ୍କୁ ଅବଗତ କରିବାକୁ ସମସ୍ତ ଜିଲାପାଳ ଓ ସଚିବଙ୍କୁ ଚିଠିରେ ନିର୍ଦେଶ ଦିଆଯାଇଛି।

Hot this week

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

Related Articles

Popular Categories