www.samajalive.in
Monday, December 8, 2025
14.1 C
Bhubaneswar

ଦିଶାଙ୍କୁ ମିଳିଲା ନ୍ୟାୟ, ଯେଉଁ ସ୍ଥାନରେ ଜାଳିଥିଲେ ସେହିଠାରେ ମଲେ ୪ ଅଭିଯୁକ୍ତ

ହାଇଦ୍ରାବାଦ: ହାଇଦ୍ରାବାଦ ପ୍ରାଣୀ ଚିକିତ୍ସିକା ‘ଦିଶା’ଙ୍କୁ ଗଣବଳାତ୍କାର ପରେ ପୋଡି ହତ୍ୟା ମାମଲାରେ ଗିରଫ ୪ ଅଭିଯୁକ୍ତ ପୁଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଶୁକ୍ରବାର ସକାଳୁ ଏହି ଖବର ପ୍ରଚାରିତ ହେବା ପରେ ଦେଶବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଛି। ଅଧିକାଂଶ ମହଲରେ ଏହାକୁ ସ୍ବାଗତ କରାଯାଉଥିବାବେଳେ କେହି କେହି ଏନକାଉଣ୍ଟର ଉପରେ କିଛିଟା ପ୍ରଶ୍ନ ଉଠାଇଛନ୍ତି। ମାତ୍ର ସର୍ବଶେଷରେ ‘ଦିଶା’ଙ୍କୁ ନ୍ୟାୟ ମିଳିଛି ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ଅଭିଯୁକ୍ତଙ୍କ ମୃତ୍ୟୁ ପରେ ଦିଶାଙ୍କ ଆତ୍ମାକୁ ଶାନ୍ତି ମିଳିଛି ବୋଲି ପୀଡ଼ିତାଙ୍କ ବାପା କହିଛନ୍ତି। ଏହା ସହିତ ପରିବାର ଲୋକେ ତେଲେଙ୍ଗା ସରକାର ଏବଂ ପୁଲିସକୁ ଧନ୍ୟବାଦ ଜଣାଇଛନ୍ତି।

ଅନ୍ୟପଟେ ଅଭିଯୁକ୍ତମାନେ ଯେଉଁ ସ୍ଥାନରେ ପୀଡ଼ିତାଙ୍କୁ ନିଆଁ ଲଗାଇ ଜାଳି ଦେଇଥିଲେ ପୁଲିସ ଠିକ୍‌ ସେହିସ୍ଥାନରେ ସେମାନଙ୍କୁ ଏନକାଉଣ୍ଟର କରିଛି। ପୁଲିସ କହିବା ଅନୁସାରେ, ଦୁର୍ବୃତ୍ତମାନେ ଯେଉଁଭଳି ଭାବେ ପୀଡ଼ିତାଙ୍କୁ ହତ୍ୟା କରିଥିଲେ ତାହାର ଡେମୋ ଦେଖାଇବା ସହିତ ତଦନ୍ତ କରିବା ଲାଗି ପୁଲିସ ଅଭିଯୁକ୍ତମାନଙ୍କୁ ନେଇ ଘଟଣାସ୍ଥଳ ଚେତନାପାଲୀ ପୋଲ ନିକଟକୁ ନେଇଥିଲେ। ମାତ୍ର ଅଭିଯୁକ୍ତମାନେ ସେଠାରେ ପୁଲିସ ହାତରୁ ଖସିଯିବାକୁ ଉଦ୍ୟମ କରିଥିଲେ, ଯେଉଁଥିପାଇଁ ପୁଲିସ ଏନକାଉଣ୍ଟର କରିଥିଲା। ରାତି ୩ଟାରୁ ଭୋର ୬ଟା ମଧ୍ୟରେ ଏହି ଘଟଣା ଘଟିଛି। ତେଲେଙ୍ଗାନା ଆଇନ ମନ୍ତ୍ରୀ ଇନ୍ଦ୍ରକରଣ ରେଡ୍ଡୀ କହିଛନ୍ତି ଯେ, ଆଇନଗତ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପୂର୍ବରୁ ଭଗବାନ ଅଭିଯୁକ୍ତମାନଙ୍କୁ ଦଣ୍ଡ ଦେଇଦେଇଛନ୍ତି। ଅଭିଯୁକ୍ତମାନେ ପୁଲିସଠାରୁ ବନ୍ଧୁକ ଛଡ଼ାଇ ଖସିଯିବାକୁ ଉଦ୍ୟମ କରିଥିଲେ। ଫଳରେ ଅଭିଯୁକ୍ତ ଏବଂ ପୁଲିସ ମଧ୍ୟରେ ଏନକାଉଣ୍ଟର ଘଟିଥିଲା, ଯେଉଁଥିରେ ସେମାନଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ହାଇଦ୍ରାବାଦ ସମେତ ସାରା ଦେଶରେ ଖୁସିର ଲହରି ଦେଖିବାକୁ ମିଳିଛି ବୋଲି ମନ୍ତ୍ରୀ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories