ସହରାଞ୍ଚଳ ବିପର୍ଯ୍ୟୟ ପ୍ରଶମନ ପ୍ରଶିକ୍ଷଣ ଶିବିର

ଚୌଦ୍ୱାର : ଜିଲା ବିପର୍ଯ୍ୟୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ଚୌଦ୍ୱାର ପୌରପାଳିକାରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରଶିକ୍ଷଣ ଶିବିର ପୌର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଜିଲ୍ଲା ଆପାତକାଳିନ ଅଧିକାରୀ ଏନ୍.ଏନ୍.ରାଜଲକ୍ଷ୍ମୀ ଓଝା, ଜିଲା ପ୍ରକଳ୍ପ ଅଧିକାରୀ ସଚିତାନନ୍ଦ ପାଣି, ପୁର୍ତ୍ତ ବିଭାଗ ଏସଡିଓ ବସନ୍ତ କୁମାର ବେହେରା, ଟାଙ୍ଗୀ ସିଡ଼ିପିଓଙ୍କ ପ୍ରତିନିଧି ଗଂଙ୍ଗୋତ୍ରୀ ଦଳେଇ, ଅଗ୍ନିଶମ ବିଭାଗ ଉପନିର୍ଦ୍ଦେଶକ ଚିତ୍ତରଞ୍ଜନ ବେହେରା, ବିଦ୍ୟୁତ୍ ବିଭାଗର ଅନୁସୟା ମିଶ୍ର,ବିଷ୍ଣୁ ପ୍ରସାଦ ଦାସ ପ୍ରମୁଖ ଯୋଗ ଦେଇ ବିଭିନ୍ନ ପ୍ରକୃତିକ ବିପର୍ଯ୍ୟୟ ସମୟରେ ପୌରକର୍ମଚାରୀଙ୍କ ଦାୟିତ୍ୱ ଓ ଭୂମିକା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପୌର ପାଳିକାରେ କାର୍ଯ୍ୟରତ ୱାର୍ଡ ଅଫିସର ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପୌର ନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ,ସାଂସଦ ପ୍ରତିନିଧି ପ୍ରେମଚାନ୍ଦ ନାୟକ, ବିଧାୟକଙ୍କ ପ୍ରତିନିଧି ବିଷ୍ଣୁ ଚରଣ ପରିଡା ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।

Comments are closed.