www.samajalive.in
Sunday, December 7, 2025
14.1 C
Bhubaneswar

ଦୀର୍ଘ ୫ ବର୍ଷ ପରେ ଭାରତ-ଚୀନ୍ ମଧ୍ୟରେ ଆରମ୍ଭ ହେଲା ବିମାନ ସେବା

ନୂଆଦିଲ୍ଲୀ: ଆଜିଠାରୁ ଭାରତ ଏବଂ ଚୀନ୍ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଇଣ୍ଡିଗୋ ବିମାନଟି କୋଲକାତାରୁ ଉଡାଣ ଆରମ୍ଭ କରି ଗୁଆଙ୍ଗଝୋଉ ଯିବ। ନଭେମ୍ବର ୧୦ ତାରିଖରୁ ଦିଲ୍ଲୀ-ଗୁଆଙ୍ଗଝୋଉ ମଧ୍ୟରେ ପରଇ ଉଡାଣ ଆରମ୍ଭ ହେବ। ନଭେମ୍ବର ୯ ତାରିଖରୁ ସାଂଘାଇ ନୂଆଦିଲ୍ଲୀ ମଧ୍ୟରେ ବିମାନ ସେବା ଆରମ୍ଭ ହେବ। ଚୀନ୍ ଏୟାର ଲାଇନ୍ସର ଚାଇନା ଇଷ୍ଟର୍ଣ୍ଣ ଏହି ବିମାନ ସେବା ଆରମ୍ଭ କରିବ।
ଚୀନ୍ ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ୟିଙ୍କ ଙ୍କ ନୂଆଦିଲ୍ଲୀ ଗସ୍ତ ପରେ ଗତ ମାସରେ ସିଧାସଳଖ ବିମାନ ଉଡାଣ ପୁନଃ ଆରମ୍ଭ କରିବାର ପ୍ରଥମ ଘୋଷଣା କରାଯାଇଥିଲା। ଗତବର୍ଷଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଉନ୍ନତି ଆସିଛି। ଭାରତ ଏବଂ ଚୀନ୍ ମଧ୍ୟରେ ଆଦାନପ୍ରଦାନକୁ ସ୍ଵାଭାବିକ କରିବା ଦିଗରେ ସିଧାସଳଖ ବିମାନ ଚଳାଚଳ ପୁନଃ ଆରମ୍ଭ ଏକ ପ୍ରମୁଖ ପଦକ୍ଷେପ। ଏହା ବାଣିଜ୍ୟ ଏବଂ ଯାତ୍ରା ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ କରିବାରେ ସହାୟକ ହେବ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories