www.samajalive.in
Monday, December 8, 2025
14.1 C
Bhubaneswar

ଡାଇନିଂ ହଲ୍‌ ବିବାଦ; ଛାତ୍ରୀଛାତ୍ରଙ୍କୁ ଧର୍ମର ଅଫିମଠାରୁ ଦୂରେଇ ରଖିବାକୁ ମମତାଙ୍କୁ ବିଜେପିର ପରାମର୍ଶ

କୋଲକାତା: ପଶ୍ଚିମବଙ୍ଗରେ ମୁସଲମାନ ବହୁଳ ଅଞ୍ଚଳରେ ଥିବା ସରକାରୀ ସ୍କୁଲଗୁଡ଼ିକରେ ଡାଇନିଂ ହଲ୍‌ ନିର୍ମାଣ କରିବା ଲାଗି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଦେଶ ଦେବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ମମତାଙ୍କ ଘୋଷଣା ପରେ ବିଜେପି ମହାସଚିବ ତଥା ପଶ୍ଚିମବଙ୍ଗରେ ବିଜେପି ପ୍ରଭାରୀ କୈଳାସ ବିଜୟବର୍ଗୀୟ କଡ଼ା ସମାଲୋଚନା କରିଛନ୍ତି। ସେ ଟ୍ବିଟ୍‌ କରି ଲେଖିଛନ୍ତି, ପଶ୍ଚିମବଙ୍ଗରେ ଏବେ ମୁସଲମାନ ବହୁଳ ଅଞ୍ଚଳରେ ସ୍କୁଲଗୁଡ଼ିକରେ ଅଲଗା ଡାଇନିଂ ହଲ୍‌ ନିର୍ମାଣ ହେବ। ମମତା ସରକାରଙ୍କ ଏହି ଆଦେଶରେ ଶିକ୍ଷାର ମନ୍ଦିରରେ ଧାର୍ମିକ ବିଭେଦ ସୃଷ୍ଟି ହେବା ଭଳି ବିପଦ ଉପୁଜିଛି। ପିଲାମାନଙ୍କୁ ଧର୍ମର ଅଫିମଠାରୁ ଦୂରେଇ ରଖିବାକୁ ସେ ପରାମର୍ଶ ଦେଇଛନ୍ତି।

ସୂଚନା ମୁତାବକ, ପଶ୍ଚିମବଙ୍ଗ ସରକାର ୭୦%ରୁ ଅଧିକ ସଂଖ୍ୟାଲଘୁ ଛାତ୍ରୀଛାତ୍ର ଥିବା ସ୍କୁଲରେ ସେମାନଙ୍କ ପାଇଁ ଡାଇନିଂ ହଲ୍‌ ନିର୍ମାଣ କରିବା ଲାଗି ନିଷ୍ପତ୍ତି ନେଇ ସର୍କୁଲାର ଜାରି କରିଛନ୍ତି। ତେଣୁ ମଧ୍ୟାହ୍ନଭୋଜନ ପାଇଁ ପିଲାମାନଙ୍କ ମଧ୍ୟରେ ସରକାର ବିଭାଜନ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। ଏହା ପରେ ବିଭିନ୍ନ ମହଲରୁ ଏହାକୁ ସମାଲୋଚନା କରିବା ପରେ ଡ୍ୟାମେଜ କଂଟ୍ରୋଲ ପାଇଁ ମମତା ଉଦ୍ୟମ ଆରମ୍ଭ କରିଛନ୍ତି। ପିଲାଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହା କରାଯାଇଛି। ଯେଉଁ ସ୍କୁଲରେ ଡାଇନିଂ ହଲ୍‌ ନାହିଁ ଏବଂ ଯେଉଁଠି ପିଲାମାନେ ଖୋଲା ସ୍ଥାନରେ ଖାଉଛନ୍ତି ସେଠାରେ ଡାଇନିଂ ହଲ୍‌ ନିର୍ମାଣ ହେବ। ଅର୍ଥାତ ସବୁ ସ୍କୁଲ ପାଇଁ ଏହା ବୋଲି ମମତା କହିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories