www.samajalive.in
Sunday, December 7, 2025
26.1 C
Bhubaneswar

ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦିଲେଶ୍ୱର ମାଝୀ ଗିରଫ

ଭୁବନେଶ୍ୱର: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଆର ଆଣ୍ଡ ବି ଡିଭିଜନ ଅଧୀନସ୍ଥ ଟିଟିଲାଗଡ଼ ଆର ଆଣ୍ଡ ବି ସବ-ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦିଲେଶ୍ୱର ମାଝୀ ଗିରଫ ହୋଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।

ଗୁରୁବାର ଦିଲେଶ୍ୱରଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଯନ୍ତ୍ରୀଙ୍କ ଖଟ ଭିତରୁ ଲକ୍ଷାଧିକ ଟଙ୍କା ଏବଂ ସୁନା ଅଳଙ୍କାର ମିଳିଛି। ୫ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀମାନେ ସମ୍ବଲପୁର, ଝାରସୁଗୁଡା ଏବଂ ବଲାଙ୍ଗୀର ଜିଲାର ବିଭିନ୍ନ ସ୍ଥାନରେ ଦିଲେଶ୍ୱରଙ୍କ ଠିକଣାଗୁଡିକରେ ଚଢ଼ାଉ କରିଥିଲେ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଥିଲା। ବଲାଙ୍ଗୀରର କଣ୍ଟାବାଞ୍ଜି ଆର ଆଣ୍ଡ ବି ମଣ୍ଡଳ ଅଧୀନ ସବଡିଭିଜନରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମାଝୀଙ୍କ ସମ୍ବଲପୁର ଟାଉନ ୟୁନିଟ ସଂଖ୍ୟା-୧୬ ସରଲାସ୍ଥିତ ଏକ ଦୁଇ ମହଲା ଘର(୪୫ ଶହ ବର୍ଗ ଫୁଟ), ଝାରସୁଗୁଡା ଜିଲା ବ୍ରଜରାଜନଗରର ୟୁନିଟ ସଂଖ୍ୟା-୨ ଗଣ୍ଡଘୋରା ମୌଜାରେସ୍ଥିତ ଏକ ଦୁଇ ମହଲା ବିଶିଷ୍ଟ ଘର (୬୩ ଶହ ବର୍ଗ ଫୁଟ), ସେହି ଅଞ୍ଚଳର ନୁଆଡିହିଠାରେ ଥିବା ଏକ ମାର୍କେଟ କଂପ୍ଲେକ୍ସ(୯ ଶହ ବର୍ଗ ଫୁଟ), ଝାରସୁଗୁଡା ଜିଲାର ଲହଣ୍ଡାବୁଡଠାରେ ୨ଟି ହାଉସିଂ ବୋର୍ଡର ଘର, କଣ୍ଟାବାଞ୍ଜିସ୍ଥିତ କାର୍ଯ୍ୟାଳୟ ଏବଂ ସରକାରୀ ଆବାସଗୁଡିକ ସମେତ ସମୁଦାୟ ୬ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ଚଢ଼ାଉ ସମୟରେ ମାଝୀଙ୍କ ସମ୍ବଲପୁରସ୍ଥିତ ଘରେ ଥିବା ଏକ ଖଟ ମଧ୍ୟରେ ଗୁପ୍ତ ଚାମ୍ବର ରହିଥିବାବେଳେ ସେଠାରୁ ୬ ଲକ୍ଷ ଟଙ୍କା ସମେତ ସୁନାଗହଣା ଜବତ କରାଯାଇଥିଲା। ରାତି ପର୍ଯ୍ୟନ୍ତ ଚାଲିଥିବା ଏହି ଚଢ଼ଉ ସମୟରେ ସମୁଦାୟ ୪ଟି କୋଠା ଘର, ଗୋଟିଏ ମାର୍କେଟ କଂପ୍ଲେକ୍ସ, ୯ଟି ଜମି(ସମ୍ବଲପୁରରେ ୭, ବ୍ରଜରାଜନଗରରେ ୧ ଓ ଝାରସୁଗୁଡା ବଡମାଳରେ ଗୋଟିଏ), ସୁନା ୩ ଶହ ଗ୍ରାମ, ନଗଦ ୬ ଲକ୍ଷ ୫୭ ହଜାର ୫ ଶହ ଟଙ୍କା, ଗୋଟିଏ କାର, ୨ଟି ଦୁଇ ଚକିଆ ଗାଡି, ବ୍ୟାଙ୍କ ଜମା ୨୦ ଲକ୍ଷ ଟଙ୍କା ସମେତ ଅନ୍ୟାନ୍ୟ ଜମା ରହିଥିବାର ଜଣାପଡିଥିଲା।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories