www.samajalive.in
Sunday, December 7, 2025
23.1 C
Bhubaneswar

କୃଷକ ଆନ୍ଦୋଳନକୁ ସମର୍ଥନ, ଇସ୍ତଫା ପତ୍ର ପଠାଇଲେ ପୁଲିସ ଡ଼ିଆଇଜି

ପଞ୍ଜାବରେ କୃଷକ ଆନ୍ଦୋଳନକୁ ସମର୍ଥନ କରି ପୁରସ୍କାର ଫେରସ୍ତ ପରେ ଇସ୍ତଫା ପ୍ରକ୍ରିୟା ଜାରି ରହିଛି। ପଞ୍ଜାବର ଜେଲ ଡ଼ିଆଇଜି ଲଖବିନ୍ଦର ସିଂ ଜାଖର ତାଙ୍କ ଇସ୍ତଫା ପତ୍ର ପଞ୍ଜାବ ସରକାରଙ୍କ ନିକଟକୁ ପଠାଇଛନ୍ତି। ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଇସ୍ତଫା ଦେବାର କାରଣ ହେଉଛି କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ସେ ସମର୍ଥନ ଦେଇଛନ୍ତି। ଏଡିଜିପି (ଜେଲ) ପି.କେ ସିହ୍ନା କହିଛନ୍ତି ଯେ ତାଙ୍କ ଇସ୍ତଫା ପତ୍ରର ଏକ କପି ମଧ୍ୟ ତାଙ୍କୁ ପଠାଯାଇଛି।

ପଞ୍ଜାବରେ କୃଷକଙ୍କ ଆନ୍ଦୋଳନକୁ ବହୁ ସମର୍ଥନ ମିଳୁଛି। ରାଜନୀତି ଠାରୁ ଆରମ୍ଭ କରି କ୍ରୀଡା ପର୍ଯ୍ୟନ୍ତ ସମସ୍ତେ କୃଷକଙ୍କ ସପକ୍ଷରେ ସ୍ୱର ଉତ୍ତୋଳନ କରୁଛନ୍ତି। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ପଦ୍ମବିଭୂଷଣ ଏବଂ ରାଜ୍ୟସଭା ସାଂସଦ ସୁଖଦେବ ସିଂ ଧିଣ୍ଡସା ପଦ୍ମଭୂଷଣ ପୁରସ୍କାର ଫେରାଇବା ପାଇଁ ଘୋଷଣା କରିଛନ୍ତି। ଏଥି ସହିତ ପଞ୍ଜାବ ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ପଞ୍ଜାବର ପ୍ରସିଦ୍ଧ କବି ଡକ୍ଟର ମୋହନଜିତ, ବିଚାରକ ଡକ୍ଟର ଜସବିନ୍ଦର ସିଂ ଏବଂ ପଞ୍ଜାବୀ ନାଟ୍ୟକାର ତଥା ଖବରକାଗଜ ସମ୍ପାଦକ କୃଷକଙ୍କ ସମର୍ଥନରେ ପୁରସ୍କାର ଫେରାଇବା ନେଇ ଘୋଷଣା କରିସାରିଛନ୍ତି।

- Advertisement -

ପୂର୍ବତନ ହକି ଅଧିନାୟକ ପରଗତ ସିଂଙ୍କ ସମେତ ପଞ୍ଜାବର ୨୭ ଜଣ ଖେଳାଳି କୃଷକଙ୍କ ସମର୍ଥନରେ ପୁରସ୍କାର ଫେରାଇବା ଘୋଷଣା କରିସାରିଛନ୍ତି। ଏହି ତାଲିକାରେ କର୍ତ୍ତାର ସିଂ ପହଲୱାନ, ବ୍ରିଗେଡିଅର ହରଚରଣ ସିଂ, ଦବିନ୍ଦର ସିଂ ଗରଚା, ସୁରିନ୍ଦର ସୋଡି, ଗୁଣଦୀପ କୁମାର, ସୁଶୀଲ କୋହଲି, ମୁଖବେନ ସିଂ, କର୍ଣ୍ଣେଲ ବଲବୀର ସିଂ ଓ ଗୁରୁମେଲ ସିଂ ଭଳି ଖେଳାଳି ଅଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories