ଢେଙ୍କାନାଳ ସଦର: ଢେଙ୍କାନାଳ ବନଖଣ୍ଡ ଅଧିନସ୍ଥ ଷଢଙ୍ଗୀ ବନାଞ୍ଚଳର ଲାଉଲଇ ଗ୍ରାମର ବଜାର ଓ ବ୍ୟବସାୟ ମୁଖ୍ୟସ୍ଥଳୀ ରୂପେ ପରିଚିତ ପୋଖରୀ ଛକଠାରେ ସୋମବାର ସକାଳେ ଏକ ଦନ୍ତାହାତୀ ବୁଲୁଥିବା ଦେଖାଯାଇଛି।ହାତୀଟି ସକାଳ ପ୍ରାୟ ୮ଟା ୪୫ରେ ବାହାରି ବ୍ୟବସାୟ ତଥା ବ୍ୟସ୍ତବହୁଳ ଜନଗହଳି ପୂର୍ଣ୍ଣ ସ୍ଥାନରେ ବୁଲୁଥିଲା। ଏହାକୁ ନେଇ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳିଯାଇଛି। ଲଗାତର ଭାବରେ ଏହି ହାତୀଟି ଖଙ୍କିରା ବ୍ରାହ୍ମଣ ତଇଲା ଅଞ୍ଚଳରେ ଖୋଳା ହୋଇ ନଥିବା ଟ୍ରେଞ୍ଚ ବାଟ ଦେଇ ଆସୁଥିବାବେଳେ ବନବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ। କେତେଦିନ ଏଭଳି ଚାଲିଥିବ ହାତୀ ମଣିଷର ଲଢେଇ ବୋଲି ସାଧାରଣରେ ପ୍ରଶ୍ନ ହେଉଛି। ଏହି ହାତୀଟି ବିଭିନ୍ନ ସମୟରେ ଖଙ୍କିରା, ଲାଉଲଇ, ବେଗା-କରଡ଼ାବଣି ଅଞ୍ଚଳରେ ବୁଲୁଛି। ଯାହା ଫଳରେ ଲୋକଙ୍କ ଧନଜୀବନ ପ୍ରତି ବିପଦ ରହିଛି। ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲାପାଳ ଓ ବନଖଣ୍ଡ ଅଧିକାରୀଙ୍କ ନିକଟରେ ଅଞ୍ଚଳବାସୀ ନିବେଦନ କରିଛନ୍ତି।
Popular Categories



