www.samajalive.in
Friday, December 12, 2025
14.1 C
Bhubaneswar

ଧର୍ମଗଡ଼ ଦେଶୀ ମଦଭାଟିରୁ ସଶସ୍ତ୍ର ଡକାୟତି

ଧର୍ମଗଡ଼: ଧର୍ମଗଡ଼ ସହର ଭୀମଖୋଜ ପଡା ଦେଶୀ ମଦ ଭାଟିରୁ ଗତକାଲି ବିଳମ୍ବିତ ରାତ୍ରୀରେ ସଶସ୍ତ୍ର ଡକାୟତି ହୋଇଛି। ଡକାୟତମାନେ ଭାଟି କର୍ମଚାରୀଙ୍କୁ ପିସ୍ତଲ,ବନ୍ଧୁକ ଓ ଛୁରୀ ଦେଖାଇ ୫/୭ଲକ୍ଷ ଟଙ୍କା ଡକାୟତି କରିଥିବା ନେଇ ପୁଲିସ ଥାନାରେ ଅଭିଯୋଗ ହୋଇଛି।
ଖବର ପାଇ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଓ ଧର୍ମଗଡ଼ ପୁଲିସ ଘଟଣାସ୍ଥଳରେ ପହଂଚି ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛି। ପୁଲିସ ଏହି ମାମଲାରେ ଦୁଇ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି। ତେବେ ତାଙ୍କ ପରିଚୟ ପ୍ରକାଶ ପାଇନାହିଁ। ସୁଚନା ଅନୁଯାୟୀ ଗତକାଲି ରାତ୍ରି ପ୍ରାୟ ୧୧.୩୦ରୁ ୧୨ଟା ମଧ୍ୟରେ ଆନୁମାନିକ ୧୦ଜଣ ଲୋକ ଭାଟି ଭିତରକୁ ପ୍ରବେଶ କରିଥିଲେ। ଭାଟିରେ ୨୫ଜଣ କର୍ମଚାରୀ ଥିବାବେଳେ ଅଧିକାଂଶ କର୍ମଚାରୀ କାମ ସାରି ନିଜ ନିଜ କୋଠରୀକୁ ଶୋଇବାକୁ ଯାଇଥିଲେ ଏବଂ କିଛି କର୍ମଚାରୀ ହିସାବକିତାବ କରୁଥିଲେ। ଏହି ସମୟରେ ସଶସ୍ତ୍ର ଡକାୟତଦଳ ବିଭିନ୍ନ ମାରଣାସ୍ତ୍ର ଦେଖାଇ ସେମାନଙ୍କୁ ଭୟଭୀତ କରିବା ସହ ପଛପଟୁ ସମସ୍ତଙ୍କୁ ରଶିରେ ବାନ୍ଧି ଦେଇ ଟଙ୍କା ଲୁଟି ନେଇଥିଲେ। ଲୁଟ ସାରି ଡକାୟତମାନେ ଯିବାପରେ ଭାଟି କର୍ମଚାରୀମାନେ ପୁଲିସକୁ ସୂଚନା ଦେଇଥିଲେ।

ମାତ୍ର ୫ ଦିନ ପରେ ବୃହସ୍ପତି ଚଳନ ; ଏହି ରାଶିଙ୍କ ଉପରେ ହେବ ଧନ ବର୍ଷା, ଖୋଲିବ ବନ୍ଦ ଭାଗ୍ୟର ତାଲା..

- Advertisement -

 

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories