www.samajalive.in
Sunday, December 7, 2025
23.1 C
Bhubaneswar

ଧର୍ମଗଡ଼ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ: ଲୋକାର୍ପଣର ୪ମାସ ପୁରିନି, ଅଚଳ ହେଲାଣି ଅନେକ ମେସିନ

ଧର୍ମଗଡ଼: ନିର୍ବାଚନର ମାତ୍ର ତିନି ମାସ ପୂର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଦ୍ବାରା ଲୋକାର୍ପଣ ହୋଇଥିଲା। ସହରର କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହ ସଙ୍କୁଚିତ ପରିବେଶ ପାଇଁ ସହରବାସୀ ଏକ ଇନଡୋର ଷ୍ଟାଡିୟମର ଆବଶ୍ୟକତା ଅନୁଭବ କରୁଥିଲେ। ଏଥିପାଇଁ ଅନେକ ସମୟରେ ଦାବି ହେଉଥିଲା। ସମୟକ୍ରମେ ଇନଡୋର ଷ୍ଟାଡିୟମ ପ୍ରତିଷ୍ଠା ହେଲା। ମାତ୍ର ପ୍ରତିଷ୍ଠା ହେବାର ଚାରି ମାସ ହୋଇନି, କିନ୍ତୁ ଏହାର ଅନେକ ମେସିନ ଅଚଳ ହେଲାଣି।

ବିଶେଷତଃ ହୂଦରୋଗ ଏବଂ ଉଚ୍ଚ ରକ୍ତଚାପ ଥିବା ଲୋକଙ୍କ ପାଇଁ ଆବଶ୍ୟକତା ଥିବା କାର୍ଡିଓ ଓ୍ଵାକର ,ସାଇକେଲିଂ ଆଦି ମେସିନ ସବୁ ଅଚଳ ହୋଇ ପଡ଼ିରହିଛି। କେବଳ କିଛି ଓ୍ଵେଟ ଲିଫ୍ଟିଂ ଉପକରଣ ବ୍ୟତୀତ ଅନେକ ଉପକରଣ ଅଚଳ ହେଲାଣି। ଅନେକ ସ୍ଥାନରୁ ମ୍ୟାଟ ଉଠିଗଲାଣି। ଟଏଲେଟ୍ ସବୁ ଠିକରେ କାମ କରୁନାହି। ଏ ସମ୍ପର୍କରେ ଜିଲା କ୍ରୀଡ଼ା ଅଧିକାରୀଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ହେଁ ମରାମତି ପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories