www.samajalive.in
Sunday, December 7, 2025
13.1 C
Bhubaneswar

ବାଞ୍ଜିପଦର ଗ୍ରାମରୁ ପ୍ରେମୀ ଯୁଗଳଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଧର୍ମଗଡ଼ : ବାଞ୍ଜିପଦର ଗ୍ରାମରୁ ପ୍ରେମୀ ଯୁଗଳଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି।‌ ଗତକାଲି ରବିବାର ସନ୍ଧ୍ୟାରେ ସେମାନଙ୍କ ମୃତଦେହ ଗାଁ ବିଲରୁ ଉଦ୍ଧାର ହୋଇଛି।‌ ଧର୍ମଗଡ଼ ବ୍ଳକ ଡୁମେରଗୁଡା ପଞ୍ଚାୟତ ବାଞ୍ଜିପଦର ଗ୍ରାମରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।
ସୂଚନାନୁଯାୟୀ ଧର୍ମଗଡ଼ ବ୍ଳକ ଡ଼ୁମେରଗୁଡା ପଞ୍ଚାୟତ ବାଞ୍ଜିପଦର ଗ୍ରାମର ଉଭୟେ ନାବାଳକ ଓ ନାବାଳିକା ବୋଲି ଜଣାପଡିଛି। ପରିବାର ଲୋକଙ୍କ ସମ୍ମତି ନଥିବାରୁ ଉଭୟେ ଗତ ୩୦/୬ରେ ଘର ଛାଡ଼ି ପଳାଇ ଥିଲେ। ପରିବାର ଲୋକେ ଖୋଜାଖୋଜି କରି ଏନେଇ ଥାନାରେ ଏତଲା ଦେଇଥିଲେ। ପୁଲିସ ଏନେଇ ଏକ ନିଖୋଜ ମାମଲା ଦାଏର କରିଥିବାବେଳେ ରବିବାର ଘଟଣାର ୯ ଦିନ ପରେ ଗାଁ ବିଲରୁ ଉଭୟଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି। କିଛି ଛେଳି ଚରାଳି ସାବୁନିଭାଡ଼ି ଓ ବାଞ୍ଜିପଦର ଗ୍ରାମ ମଝିରେ ଥିବା ନାଳ ନିକଟରେ ଦୁଇଜଣଙ୍କ ଶବ ପଡିଥିବା ଦେଖି ଗାଁ ଲୋକଙ୍କୁ କହିଥିଲେ । ପରେ ଧର୍ମଗଡ ପୁଲିସକୁ ଜଣାଇବା ପରେ ପୁଲିସ ସୂଚନା ପାଇ ମୃତଦେହକୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜବତ କରିଛି । ଉଭୟ ପରିବାର ମୃତଦେହ ଚିହ୍ନଟ କରିଛନ୍ତି। ପୁଲିସ ଏମାନଙ୍କ ମୄତ୍ୟୁକୁ ବିଭିନ୍ନ ଦିଗରୁ ତଦନ୍ତ କରୁଛି । ଏହା ପ୍ରେମ ଜନିତ ଆତ୍ମହତ୍ୟା କି ହତ୍ୟା ସେ ନେଇ ତଦନ୍ତ ଆରମ୍ଭ କରିଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories