www.samajalive.in
Tuesday, December 9, 2025
15.1 C
Bhubaneswar

ହିନ୍ଦୁ ଧର୍ମରେ ଅଶ୍ବତ୍ଥ ବୃକ୍ଷର ମହତ୍ତ୍ବ

ଅଶ୍ବତ୍ଥ ବୃକ୍ଷକୁ ଅଧିକାଂଶ ବ୍ୟକ୍ତି ପୂଜା କରିଥାଆନ୍ତି। ଏହି ବୃକ୍ଷକୁ ପୂଜା କରିବାର କିଛି ନିୟମ ରହିଛି। ଏହାକୁ ସଠିକ ନୀତି ନିୟମରେ ପୂଜା କରିବା ଦ୍ବାରା ସୁଫଳ ପ୍ରାପ୍ତି ହୋଇଥାଏ। ହିନ୍ଦୁଧର୍ମରେ ଅଶ୍ବତ୍ଥ ବୃକ୍ଷ ପୂଜା କରିବାର ଅନେକ ମହତ୍ତ୍ବ ବିଷୟରେ ବର୍ଣ୍ଣନା କରାଯାଇଛି। ଏହାକୁ ପବିତ୍ର ବୃକ୍ଷ କୁହାଯାଏ।

ଶାସ୍ତ୍ର ଅନୁସାରେ, ଅଶ୍ବତ୍ଥ ବୃକ୍ଷର ପ୍ରତ୍ୟେକ ପତ୍ରରେ ଭଗବାନ ବିଷ୍ଣୁ ବାସ କରିଥାଆନ୍ତି। ଏହାକୁ ପୂଜା କରିବା ପଛରେ ଅନେକ ବୈଜ୍ଞାନିକ କାରଣ ରହିଛି। ଶନିବାର ଦିନ ଅଶ୍ବତ୍ଥ ବୃକ୍ଷ ପୂଜା କରିବା ଉଚିତ। ଏପରି କରିବା ଦ୍ବାରା ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ। ତେବେ ଅଶ୍ବତ୍ଥ ବୃକ୍ଷକୁ ପୂଜା କରିବା ବେଳେ ସର୍ବଦା ମନରେ ଭକ୍ତି ଓ ଶ୍ରଦ୍ଧା ରଖିବା ଉଚିତ।

- Advertisement -

ବୈଜ୍ଞାନିକଙ୍କ ମତ ଅନୁଯାୟୀ, ଅଶ୍ବତ୍ଥ ବୃକ୍ଷ ୨୪ଘଣ୍ଟା ଅମ୍ଳଜାନ ନିର୍ଗତ କରିଥାଏ। ଏହା ନିକଟରେ ବ୍ୟକ୍ତି ରହିବା ଦ୍ବାରା ଅନେକ ରୋଗରୁ ମୁକ୍ତି ମିଳିଥାଏ। ଏହାସହ ବ୍ୟକ୍ତି ସୁସ୍ଥ ରହିଥାଆନ୍ତି। ତେଣୁ ଏହି ବୃକ୍ଷକୁ ପୂଜା କରିବା ସମୟରେ ମଧ୍ୟ ଶରୀର ମଧ୍ୟକୁ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏହାଦ୍ବାରା ମନ ପ୍ରଫୁଲ୍ଲ ରହିଥାଏ। ଆତ୍ମସନ୍ତୋଷ ବୃଦ୍ଧି ହୋଇଥାଏ।

ଅଶ୍ବତ୍ଥ ବୃକ୍ଷରେ ସମସ୍ତ ଦେବାଦେବୀଙ୍କ ବାସ ରହିଛି ବୋଲି କୁହାଯାଇଛି। ଏହି ବୃକ୍ଷରେ ପ୍ରତିଦିନ ଜଳ ଅର୍ପଣ କରିବା ଦ୍ବାରା ବ୍ୟକ୍ତିଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ। ଏହାଦ୍ବାରା ଧନ ସମ୍ପତ୍ତି, ସୁଖଶାନ୍ତି, ସନ୍ତାନ ପ୍ରାପ୍ତି ଓ ଐଶ୍ବର୍ଯ୍ୟ ପ୍ରାପ୍ତି ହୋଇଥାଏ। ଆପଣଙ୍କ ଜାତକରେ କୌଣସି ଗ୍ରହ ଦୋଷ ରହିଥିଲେ ଅଶ୍ବତ୍ଥ ବୃକ୍ଷ ପୂଜା କରିବା ଉଚିତ। ଏହାଦ୍ବାରା ଗ୍ରହ ଦୋଷ ଖଣ୍ଡନ ହୋଇଥାଏ। ପ୍ରତ୍ୟେକ ଶନିବାର ଦିନ ଅଶ୍ବତ୍ଥ ବୃକ୍ଷ ମୂଳରେ ସୋରିଷ ତେଲରେ ଦୀପ ପ୍ରଜ୍ବଳିତ କରିବା ଉଚିତ।

ମନେ ରଖନ୍ତୁ, କେବେ ବି ଭୁଲରେ ରବିବାର ଦିନ ଅଶ୍ବତ୍ଥ ବୃକ୍ଷ ମୂଳ​‌ରେ ଜଳ ଅର୍ପଣ କରନ୍ତୁ ନାହିଁ। ଏପରି କରିବା ଦ୍ବାରା ବ୍ୟକ୍ତି ଦରିଦ୍ର ହୋଇଯିବାର ସମ୍ଭାବନା ରହିଛି। ଏହାସହ ଅଶ୍ବତ୍ଥ ବୃକ୍ଷକୁ କାଟିବା ପାଇଁ ବାରଣ କରାଯାଇଛି। ଏହି ବୃକ୍ଷକୁ କାଟିବା ଦ୍ବାରା ବଂଶ ବୃଦ୍ଧିରେ ସମସ୍ୟା ଉତ୍ପନ୍ନ ହୋଇଥାଏ। ଏହି ବୃକ୍ଷ ମନ୍ଦିର ପରିସରରେ ରହିବା ଉଚିତ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories