www.samajalive.in
Sunday, December 7, 2025
13.1 C
Bhubaneswar

ଶେଷ ପର୍ଯ୍ୟାୟରେ ଧାମରା ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ, ନଭେମ୍ବର ୧୪ରେ ଉଦଘାଟନ

ଧାମରା: ଚାନ୍ଦବାଲି ବ୍ଲକ ଅର୍ନ୍ତଗତ ଧାମରା ପଂଚାୟତରେ ଥିବା ଧାମରାଇ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ। ଏହି ବିଦ୍ୟାଳୟ ଆସନ୍ତା ନଭେମ୍ବର ୧୪ ତାରିଖ ଶିଶୁ ଦିବସରେ ଉଦଘାଟନ ହେବ ବୋଲି ଜଣାଯାଇଛି। ୭୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଚାନ୍ଦବାଲି ବ୍ଲକରେ ଏହି ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଚାନ୍ଦବାଲି ବ୍ଲକର କନିଷ୍ଠ ଯନ୍ତ୍ରୀ ଅଶୋକ ପଲେଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ବିଦ୍ୟାଳୟର ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଚାନ୍ଦବାଲି ବ୍ଲକ ଅଧ୍ୟକ୍ଷାଙ୍କ ନିଜ ପଂଚାୟତରେ ଏହି ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ଶ୍ରେଣୀ ଗୃହ, ଇ ଲାଇବ୍ରେରୀ, ବିଞାନ ଲାବୋରେଟରୀ, ଶୌଚାଳୟ, ପାଚେରୀ, ଲ୍ୟାଣ୍ଡସ୍କେପିଂ, ପାଦଚଲା ରାସ୍ତା ସହ ବିଦ୍ୟାଳୟ ଆଗରେ ସେଲଫି ପଏଂଟ ମଧ୍ୟ ନିର୍ମାଣ ସରିଛି। ଏହି ସମସ୍ତ କାର୍ଯ୍ୟକୁ ପଂଚାୟତର ସରପଂଚ ପ୍ରିୟରଞନ ଜେନା ଏବଂ ଚେୟାରମେନଙ୍କ ପ୍ରତିନିଧି ରଞନ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟ ଶେଷ କରିଥିବା ଜଣାଯାଇଛି। ମୋ ସ୍କୁଲ ଯୋଜନାରେ ୫୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ସମସ୍ତ କାର୍ଯ୍ୟ ହୋଇଥିବା ବେଳେ ୧୫ଲକ୍ଷ ଟଙ୍କା କେବଳ ଏହି ସମସ୍ତ କାଯ୍ୟର ମରାମତି ପାଇଁ ବ୍ୟାଙ୍କରେ ଏହି ଅର୍ଥ ଗଚ୍ଚିତ ଥିବା ଜଣାଯାଇଛି। ଖୁବ କମ ସମୟ ମଧ୍ୟରେ ଏହି କାର୍ଯ୍ୟ ସାରି ଚାନ୍ଦବାଲି ବ୍ଲକ ତଥା ଭଦ୍ରକ ଜିଲ୍ଲାରେ ଧାମରାଇ ବିଦ୍ୟାଳୟ ସମସ୍ତ ଦୃଷ୍ଟି କୋଣରୁ ପ୍ରଥମ ସ୍ଥାନ ଗ୍ରହଣ କରିବ ବୋଲି ବିଧାୟକ ମତ ପୋଷଣ କରିଥିବା ବେଳେ ଏହାର ଶ୍ରେୟ ଅଂଚଳବାସୀଙ୍କୁ ଦିଆଯିବା ଜରୁରୀ ବୋଲି ମଧ୍ୟ ମତବ୍ୟକ୍ତ କରିଥିଲେ।

ଆଗାମୀ ଦିନରେ ଏହି ବିଦ୍ୟାଳୟରେ ଫାଙ୍କା ପଡିଥିବା ସମସ୍ତ ଟିଜିଟି ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କୁ ଖୁବ ଶୀଘ୍ର ନିଯୁକ୍ତି ଦିଆଯାଇ ଏହି ବିଦ୍ୟାଳୟରେ ଶିକ୍ଷାର ମାନଦଣ୍ଡ ବଜାଇ ରଖାଯିବ। ଏଥିପାଇଁ ଧାମରା ସରପଂଚ, ଚାନ୍ଦବାଲି ବ୍ଲକ ଅଧ୍ୟକ୍ଷଙ୍କ ପ୍ରତିନିଧି ଏବଂ ବିଧାୟକ, ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ ଏବଂ ଜିଲ୍ଲାପାଳଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories