www.samajalive.in
Sunday, December 7, 2025
18.1 C
Bhubaneswar

ବାଂଶଡା-ଧାମରା ଆଞ୍ଚଳିକ ବିକାଶ ମଞ୍ଚ ପକ୍ଷରୁ ଗଣଧାରଣା; ଧାମରା-ଭଦ୍ରକ ରେଳ ଚଳାଚଳ ବନ୍ଦ

ଧାମରା: ଧାମରା ନିକଟସ୍ଥ ବାଂଶଡାଠାରେ ଏକ ଗଳାପୋଲ ନିର୍ମାଣକୁ ନେଇ ବାଂଶଡା-ଧାମରା ଆଞ୍ଚଳିକ ବିକାଶ ମଞ୍ଚ ପକ୍ଷରୁ ଶୁକ୍ରବାର ଏକ ଗଣାଧାରଣା ଦିଆଯାଇଥିଲା। ଏହି ଗଣଧାରଣା ସକାଳ ୬ଟାରୁ ଆରମ୍ଭ ହୋଇଥିବା ବେଳେ ଏଥିରେ ଶତାଧିକ ଅଞ୍ଚଳବାସୀ ସାମିଲ ହୋଇଥିଲେ। ଏହି ଗଣଧାରଣାରେ ସାମିଲ ଥିବା ଅଞ୍ଚଳବାସୀ ନିଜର ୫ଟି ଦାବୀ ଯଥା ବାଂଶଡା-ବଳିହାରପୁର ଦେଇ କରଞ୍ଜମାଳ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାରେ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଥିବା ବେଳେ ଏଠାରେ ଏକ ଗଳାପୋଲ/ଅଣ୍ଡର ପାସିଂ ବ୍ରିଜ ନିର୍ମାଣ କରିବାକୁ ଦାବୀ ହୋଇଥିଲା। ଏଥିସହ ଧାମରା ବନ୍ଦରରେ ଅଞ୍ଚଳରରେ ଥିବା ଯୁବକ ଯୁବତୀମାନଙ୍କ ପାଇଁ ସ୍ଥାୟୀ କର୍ମନିଯୁକ୍ତିର ଯୋଜନା ପ୍ରସ୍ତୁତି କରିବା, ଆଗରୁ ନିର୍ମାଣ ହୋଇଥିବା ଗଳାପୋଲ ନିକଟରେ ବହୁ ସମୟରେ ଦୁର୍ଘଟଣା ଘଟୁଥିବାରୁ ସେଠାରେ ଆଲୋକୀକରଣ ବ୍ୟବସ୍ଥା କରିବା ସହ ପୂର୍ବରୁ ନିର୍ମାଣ ହୋଇଥିବା କଲଭର୍ଟ ଅତ୍ୟନ୍ତ ଛୋଟ ହୋଇଥିବା ବେଳେ ସେଠାରେ ସାମାନ୍ୟ ବର୍ଷାରେ ମାଟି ଧୋଇ ହୋଇ ରାସ୍ତା ପୋତି ହୋଇ ଯାଉଥିବାରୁ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ସର୍ବସାଧାରଣରେ ଦାବୀ ହୋଇଥିଲା। ଏହାର ସୁସମାଧାନ ନ ହେଲେ ସେମାନେ ରେଳ ଚଳାଚଳ କରିବାକୁ ଦେବେ ନାହିଁ ବୋଲି ପ୍ରଶାସନକୁ ଲିଖିତ ଭାବେ ଜଣାଇଥିଲେ। ଆଜିର ଏହି ଗଣଧାରଣା ଆରମ୍ଭ ହେବାର ଦୀର୍ଘ ୬ଘଣ୍ଟା ପରେ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର, ବାସୁଦେବପୁର ଏସଡିପିଓ ସୌରଭ ଓତା ଏବଂ ବାଂଶଡା-ଧାମରା ଆଂଚଳିକ ବିକାଶ ମଞ୍ଚ ପକ୍ଷରୁ ଦିଗମ୍ବର ଦାସ ପ୍ରମୁଖ ଅପେକ୍ଷା କରିଥିବା ବେଳେ ଅପରାହ୍ନରେ ଧାମରା ବନ୍ଦର ପ୍ରଶାସନିକ ଅଧିକାରୀ ପ୍ରମୁଖ ଆସି ବାଂଶଡା ଥାନାରେ ପହଞ୍ଚିବା ପରେ ଆଲୋଚନା ଆରମ୍ଭ ହୋଇଥିଲା।

ଆଗାମୀ ଦିନରେ ଧାମରା ବନ୍ଦର କର୍ତ୍ତୃପକ୍ଷ ଅଞ୍ଚଳବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଠାରେ ସାଧାରଣ ଜନତା ତଥା ବିଦ୍ୟାଳୟକୁ ଯାତାୟତ କରୁଥିବା କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ବନ୍ଦର କର୍ତ୍ତୃପକ୍ଷ ଏଠାରେ ଗଳାପୋଲ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ଧାରଣା ସ୍ଥଳକୁ ଯାଇ ବନ୍ଦର କର୍ତ୍ତୃପକ୍ଷ ଦେଇଥିବା ପ୍ରତିଶ୍ରୁତିକୁ ଘୋଷଣା କରିବା ସହ ପ୍ରଶାସନ ସବୁ ସମୟରେ ସାଧାରଣ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱର ସହ ବିଚାର କରିଥାଏ ବୋଲି କହିଥିଲେ ଏବଂ ଉପସ୍ଥିତ ଥିବା ବ୍ୟକ୍ତି ବିଶେଷଙ୍କୁ ଆରମ୍ଭ ହୋଇଥିବା ଗଣଧାରଣା ବନ୍ଦ କରିବାକୁ ଅନୁରୋଧ କରିଥିଲେ। ପରେ ଗଣଧାରଣାରେ ଉପସ୍ଥିତ ଥିବା ସମସ୍ତ ଜନତା ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ ଧାରଣା ସ୍ଥଳରୁ ଉଠିଥିଲେ। ଧାରଣା ପ୍ରତ୍ୟାହୃତ ହେବା ପରେ ଧାମରା-ଭଦ୍ରକ ରେଳପଥରେ ଅପରାହ୍ନ ୨ଟା ପରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲା।

- Advertisement -

ଆଜିର ଏହି ଗଣଧାରଣାରେ ବାଂଶଡା-ଧାମରା ଆଞ୍ଚଳିକ ବିକାଶ ମଞ୍ଚର ସଭାପତି ଅଜୟ କୁମାର ପଲେଇ, ସଂପାଦକ ଜିତେନ୍ଦ୍ର ନାୟକ, ବାଇଧର ରାଉତ, ନବକିଶୋର ସାହୁ, କାଶିନାଥ ପଲେଇ,ରାଜେନ୍ଦ୍ର ପଲେଇ, ହରିହର ବୀର, ଶ୍ରୀକୃଷ୍ଣ ପଲେଇ, ଆଲୋକ ରାଉତଙ୍କ ସମେତ ବାଂଶଡା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଏହି ଗଣଧାରଣାରେ ସାମିଲ ଥିଲେ। ଶାନ୍ତି ଶୃଙ୍ଖଳା ବ୍ୟାହତ ହେବା ଆଶଙ୍କାରେ ବାଂଶଡା ଥାନାଧିକାରୀ ଦେବରାଜ ଜେନା, ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁଙ୍କ ସମେତ ୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ଥିଲେ।

Hot this week

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

Related Articles

Popular Categories