www.samajalive.in
Monday, December 8, 2025
14.1 C
Bhubaneswar

କଇଥଖୋଲାରେ ପଡିି ସାମଗ୍ରୀକୁ ନେଇ ବଢ଼ୁଛି ଅଡ଼ୁଆ

ଧାମରା: ଧାମରା ନିକଟସ୍ଥ କଇଥଖୋଲା ପଂଚାୟତରେ ପଡ଼ି ସାମଗ୍ରୀକୁ ନେଇ ବଢ଼ି ଚାଲିଛି ଅଡୁଆ। ପ୍ରଶାସନ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସୁସମାଧାନ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ ମଧ୍ୟ ତାହାର ଆଶୁ ସମାଧାନ ହେବା ପରିବର୍ତ୍ତେ ଦିନକୁ ଦିନ ଅଡୁଆ ବଢ଼ି ବଢ଼ି ଚାଲିଛି। ପ୍ରାପ୍ତ ଖବରରୁ ଜଣାଯାଇଛି, କଇଥଖୋଲା ପଂଚାୟତରେ ଥିବା ୧୬ଟି ଓ୍ବାର୍ଡ ମଧ୍ୟରୁ ୮ଟି ଓ୍ବାର୍ଡର ଥିବା ୭୫୦ଜଣ ଖାଉଟିଙ୍କୁ ଖାଉଟି ସାମଗ୍ରୀ ବଣ୍ଟନ ଦାୟିତ୍ୱ ଏକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ଦାୟିତ୍ୱ ଦିଆଯାଇଥିଲା। ମାତ୍ର ସଂପୃକ୍ତ ଗୋଷ୍ଠୀ ଏହି ଦାୟିତ୍ୱ ପୁନଶ୍ଚ ଏକ ବ୍ୟକ୍ତି ବିଶେଷକୁ ଦେଇଥିଲେ। ସଂପୃକ୍ତ ବ୍ୟକ୍ତିଜଣକ ରାତାରାତି ଲକ୍ଷପତି ହେବା ମୋହରେ ବହୁ ଖାଉଟିଙ୍କୁ ସରକାର ଦେଉଥିବା ଖାଉଟି ସାମଗ୍ରୀ ନଦେଇ ହଡପ କରିଥିବା ନେଇ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏନେଇ ଭଦ୍ରକ ଜିଲ୍ଲାପାଳ ଭଦ୍ରକ ଉପଜିଲ୍ଲାପାଳଙ୍କୁ ତଦନ୍ତ ଦେଇଥିଲେ। ପ୍ରାଥମିକ ତଦନ୍ତ ପରେ ୩୦ଜଣ ହିତାଧିକାରୀ ଖାଉଟି ସାମଗ୍ରୀ ପାଇ ପାରି ନଥିଲେ ବୋଲି ଭଦ୍ରକ ଉପଜିଲ୍ଲାପାଳଙ୍କୁ ତଦନ୍ତ କରି ଏକ ରିପୋର୍ଟ ପ୍ରଦାନ କରିଥିଲେ। ଏହି ସମସ୍ତ ଖାଉଟି ଦୀର୍ଘ ଦିନ ହେବ ଏହି ଖାଉଟି ସାମଗ୍ରୀ ପାଉ ନ ଥିବା ବେଳେ ପୁନଶ୍ଚ ସରକାର ଅକ୍ଟୋବର, ନଭେମ୍ବର ଏବଂ ଡିସେମ୍ବର ମାସ ପାଇଁ ଖାଉଟି ସାମଗ୍ରୀ ପଠାଇଥିଲେ। ଏହି ପଂଚାୟତରେ ଥିବା ୧୬ଟି ଓ୍ବାର୍ଡ ମଧ୍ୟରୁ ୮ଟିରେ ଥିବା ୭୫୦ଜଣ ହିତାଧିକାରୀ ଏହି ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଥିଲେ। ଏନେଇ ‘ସମାଜ’ରେ ଗତ ୧୫ତାରିଖରେ ଖବର ପ୍ରକାଶ ପରେ ଜିଲ୍ଲାପାଳଙ୍କ ନିର୍ଦେଶରେ ସଂପୃକ୍ତ ହିତାଧିକାରୀମାନଙ୍କୁ ଚାଉଳ ବଣ୍ଟନ କରାଯାଇଥିଲା। କିନ୍ତୁ ଏହି ସାମଗ୍ରୀ ନେବା ପାଇଁ ଆସିଥିବା ବିଗତ ୩୦ଜଣ ହିତାଧିକାରୀଙ୍କୁ ଛାଡି ବହୁ ହିତାଧିକାରୀଙ୍କ ପୁରୁଣା ମାସର ଚାଉଳ ପାଇ ନଥିବା ନେଇ ପୁନଶ୍ଚ ଅଭିଯୋଗ କରିଥିଲେ। ଏ ନେଇ ବହୁ ହୋହାଲ୍ଲା ମଧ୍ୟ ହୋଇଥିଲା। ତୁରନ୍ତ ସେହି ଓ୍ବାର୍ଡ ଦାୟିତ୍ୱରେ ଥିବା ସଂପୃକ୍ତ ବ୍ୟକ୍ତି ବିଶେଷ ପାଖରୁ ଚାଉଳ ଆଣି ଚାଉଳ ପାଇ ନଥିବା ହିତାଧିକାରୀଙ୍କୁ ଦେବାକୁ ଦାବୀ ହୋଇଛି।

ମାତ୍ର ଚାନ୍ଦବାଲି ଏମ ଆଇ ଏହି ବିଷୟରେ କିଛି ଅବଗତ ନାହାନ୍ତି ବୋଲି ସଂପୃକ୍ତ ହିତାଧିକାରୀମାନେ ଅଭିଯୋଗ ଆଣିବା ସହ ସେ ତଦନ୍ତ କରିଥିବା ରିପୋର୍ଟରେ ସମସ୍ତ ହିତାଧିକାରୀଙ୍କୁ ସାମିଲ କରାଯାଇ ନଥିବା ଜଣାଯାଇଛି। କେଉଁ ପରିସ୍ଥିତିରେ ସଂପୃକ୍ତ ଡିଲର ଖାଉଟିମାନଙ୍କର ଆଖି ସ୍କାନିଂ କରିବା ସହ ଫିଙ୍ଗର ପ୍ରିଣ୍ଟ ନେଇ ସାରିଥିବା ବେଳେ ବହୁ ହିତାଧିକାରୀଙ୍କୁ ଚାଉଳ ନଦେଇ ସମସ୍ତ ଚାଉଳ ହଡ଼ପ କଲେ ଏବଂ ଚାନ୍ଦବାଲି ଏମ ଆଇ ଏହାର ବିଧିବଦ୍ଧ ତଦନ୍ତ କରି ଅଳ୍ପ କିଛି ଲୋକଙ୍କ ପାଖରୁ ତଦନ୍ତ କରି ରିପୋର୍ଟ ଭଦ୍ରକ ଜିଲ୍ଲାପାଳଙ୍କୁ ଦେଲେ ତାହାକୁ ନେଇ ସଂପୃକ୍ତ ଖାଉଟିମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଅବିଳମ୍ବେ ବିଗତ ମାସମାନଙ୍କରେ ଚାଉଳ ପାଇ ନଥିବା ହିତାଧିକାରୀଙ୍କୁ ଚାଉଳ ପ୍ରଦାନ କରିବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି ନଚେତ ଆଗାମୀ ଦିନରେ ଏହାକୁ ନେଇ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟ ପକ୍ଷରେ ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ ପୁନଶ୍ଚ ଏହି ଚାଉଳ ହଡପ କରିଥିବା ବ୍ୟକ୍ତି ବିଶେଷ ଅନ୍ୟ ମହିଳା ଗୋଷ୍ଠୀ ନାମରେ ଡିଲରସିପ ନେବା ପାଇଁ ଭଦ୍ରକ ଉପଜିଲ୍ଲାପାଳ ଏବଂ ସିଏସଓଙ୍କ ଦ୍ୱାରସ୍ଥ ହୋଇ ଆଗାମୀ ଦିନରେ ପୁଣି ଖାଉଟିମାନଙ୍କର ଚାଉଳ ହଡ଼ପ କରିବାର ଯୋଜନା ଚଳାଇଥିବା ଜଣାଯାଇଛି। ତୁରନ୍ତ ହଡପ ହୋଇଥିବା ସମସ୍ତ ଖାଉଟିଙ୍କର ଖାଉଟି ସାମଗ୍ରୀର ବିଧିବଦ୍ଧ ତଦନ୍ତ କରାଯାଇ ସେମାନଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବାକୁ ଦାବୀ ହୋଇଛି। ଭଦ୍ରକ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories