ଡେଙ୍ଗୁ ସଂକ୍ରମଣ ସ୍ଥିତି ନେଇ ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଡେସ୍କ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ସାରା ଦେଶରେ ଡେଙ୍ଗୁ ସ୍ଥିତି, ମୌସୁମୀର ଆଗମନ ଏବଂ ବିଶ୍ୱସ୍ତରରେ ଡେଙ୍ଗୁ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଡେଙ୍ଗୁର ପ୍ରତିରୋଧ, ନିୟନ୍ତ୍ରଣ ଏବଂ ପରିଚାଳନା ପାଇଁ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତିର ସମୀକ୍ଷା କରାଯାଇଛି।

ଡେଙ୍ଗୁ ଜନିତ ମୃତ୍ୟୁହାର ୧୯୯୬ରେ ଦେଶରେ ୩.୩% ଥିବା ବେଳେ ୨୦୨୪ରେ ଏହା ୦.୧% କୁ ହ୍ରାସ ପାଇଛି ବୋଲି ବୈଠକରୁ ଜଣାପଡିଛି। ବର୍ଷା ଋତୁରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ଥିବାରୁ ଶ୍ରୀ ନଡ୍ଡା ଡେଙ୍ଗୁ ବିରୋଧରେ ପ୍ରସ୍ତୁତ ରହିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଡେଙ୍ଗୁ ନିରାକରଣ, ନିୟନ୍ତ୍ରଣ ଓ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଡେଙ୍ଗୁ ରୋଗର ନିରାକରଣ ଓ ନିୟନ୍ତ୍ରଣ ପାଇଁ ଠିକ୍ ସମୟରେ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସକ୍ରିୟ ଭାବେ ରାଜ୍ୟମାନଙ୍କ ସହ ଯୋଗାଯୋଗ କରୁଛି ବୋଲି ସେ କହିଛନ୍ତି। ଡେଙ୍ଗୁ ନିରାକରଣ ଓ ନିୟନ୍ତ୍ରଣ ଦିଗରେ ହିତାଧିକାରୀ ଓ ମନ୍ତ୍ରଣାଳୟଗୁଡ଼ିକର ଭୂମିକା ଓ ଦାୟିତ୍ବ ସମ୍ପର୍କରେ ସଚେତନ କରିବା ପାଇଁ ବିଭିନ୍ନ ଆନ୍ତଃକ୍ଷେତ୍ରୀୟ ବୈଠକ ଆୟୋଜନ କରାଯାଇଛି। ଆଗାମୀ ବର୍ଷମାନଙ୍କରେ ଏହି କାର୍ଯ୍ୟକଳାପ ଆହୁରି ସୁଦୃଢ଼ ହେବ ବୋଲି ସେ ସୂଚନା ଦେଇଛନ୍ତି।

ଯୋଗ ଦିବସ ମିଡିଆ ସମ୍ମାନ ୨୦୨୪ ଆବେଦନ ଶେଷ ତାରିଖ ୧୫ ଜୁଲାଇ ଯାଏଁ ବୃଦ୍ଧି

Comments are closed.