www.samajalive.in
Tuesday, December 9, 2025
23.1 C
Bhubaneswar

ବିଧାନସଭା ଆଗରେ ଆଇ.ଟି.ସି ବିଦ୍ୟାଳୟ ସଂଯୋଜକ ସଂଘର ବିକ୍ଷୋଭ

ଭୁବନେଶ୍ୱର: କେନ୍ଦ୍ରସରକାରଙ୍କ ଆନୁକୂଲ୍ୟରେ ପରିଚାଳିତ ଆଇ.ଟି.ସି ବିଦ୍ୟାଳୟ ସଂଯୋଜକ ସଂଘ ପକ୍ଷରୁ ୫ଦଫା ଦାବିନେଇ ବିଧାନସଭା ସମ୍ମୁଖରେ ଧାରଣା ଦିଆଯାଇଛି। ଆଇ.ଟି.ସି ବିଦ୍ୟାଳୟ ‌‌‌‌ ‌େ‌ଯାଜନା ଅନ୍ତର୍ଭୁକ୍ତ କାର୍ଯ୍ୟରତ କର୍ମଚାରୀଙ୍କ ନାମ ବିଦ୍ୟାଳୟ ସଂଯୋଜକ ବା ସ୍କୁଲ କୋର୍ଡିନେଟର ଭାବରେ ନିଯୁକ୍ତି ପ୍ରଦାନ କରିଥିବା ସଂସ୍ଥା ଯାହା କେନ୍ଦ୍ରସରକାରଙ୍କ ଯୋଜନାର ବିରୋଧାଚରଣ ବୋଲି ସଂଘ କହିଛି । ବିଦ୍ୟାଳୟ ସଂଯୋଜକକାରୀ ବଦଳରେ କମ୍ପ୍ୟୁଟର ଶିକ୍ଷକର ମାନ୍ୟତା ପ୍ରଦାନ କରିବାକୁ ସଂଘ ଦାବି କରିଛି ା ରାଜ୍ୟରେ ଥିବା ୮ହଜାରରୂ ଊର୍ଦ୍ଧ୍ବ ଏହି ଯୋଜନାରେ ସାମିଲ କାର୍ଯ୍ୟରତ ଶିକ୍ଷକଙ୍କୁ ଓଆରଭି ଏକ୍ଟରେ ସାମିଲ କରିବା ତଥା ବଳକା ୪ହଜାର ବିଦ୍ୟାଳୟ ପାଇଁ ନିଯୁକ୍ତି ଦେବାକୁ ସଂଘ କହିଛି। ଶିକ୍ଷାର୍ଥୀଙ୍କ ପାଇଁ କମ୍ପ୍ୟୁଟର ପାଠ୍ୟକ୍ରମକୁ ବାଧ୍ୟତାମୂଳକ କରିବା, ସରକାରୀ ଚୁକ୍ତି ଭିତ୍ତିକ ଶିକ୍ଷକର ମାନ୍ୟତା ପ୍ରଦାନ। କେନ୍ଦ୍ରସରକାରଙ୍କ ଦ୍ବାରା ପ୍ରଦତ ଆଇ.ସି.ଟି ବିଦ୍ୟାର୍ଥୀ ପ୍ରକଳ୍ପକୁ ସରକାର ଘରୋଇକରଣ ନକରି ସରକାରଙ୍କ ଅଧୀନରେ ପରିଚାଳିତ କରିବା ଦାବିରେ ଆଇ.ସି.ଟି ବିଦ୍ୟାଳୟ ସଂଯୋଜକ ସଂଘ, ରାଜ୍ୟ ସଂଘ ସଭାପତି ପ୍ରଶାନ୍ତ କୁମାର ସ୍ବାଇଁଙ୍କ ନେତୃତ୍ବରେ ଧାରଣାରେ ବସିଛନ୍ତି ା ଏଥିରେ ଶତାଧିକ ଆ.ଇ.ଟି.ସି ଶିକ୍ଷକ ସାମିଲ ହୋଇଛନ୍ତି ା

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories