www.samajalive.in
Sunday, December 7, 2025
26.1 C
Bhubaneswar

ବାଲେଶ୍ବର ପୌରସଂସ୍ଥାକୁ ମହାନଗର ନିଗମରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନବଜ୍ୟୋତିଙ୍କ ପତ୍ର

ବାଲେଶ୍ଵର : ବାଲେଶ୍ବର ପୌରସଂସ୍ଥାକୁ ମହାନଗରରେ ପରିଣତ କରିବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପତ୍ର ଲେଖୁଛନ୍ତି କଂଗ୍ରେସର ଯୁବ ନେବା ନବଜ୍ୟୋତି ପଟ୍ଟନାୟକ । ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟ ବିଧାନସଭାର କାର୍ଯ୍ୟକ୍ରମରୁ ରାଜ୍ୟ ସହରାଞ୍ଚଳ ସ୍ୱାୟତ୍ତ ସଂସ୍ଥା ଗୁଡିକରେ ନିର୍ବାଚନ ଅନୁଷ୍ଠିତ କରାଇବାର ସୂଚନା ମିଳୁଛି । ଏହି ପରିସ୍ଥିତିରେ ଜଣେ ସଚେତନ ନାଗରିକ ଏବଂ ବାଲେଶ୍ବରର ଜନ ପ୍ରତିନିଧି ଭାବରେ ସେ କେତେକ ପ୍ରସଙ୍ଗ ସମ୍ପର୍କରେ ରାଜ୍ୟ ସରକାର ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ଆବଶ୍ୟକ ମନେକରୁଛନ୍ତି ।

ରାଜ୍ୟ ସରକାର ଇତିମଧ୍ୟରେ ରାଜ୍ୟର କେତେକ ପୌରସଂସ୍ଥାକୁ ଉନ୍ନୀତ କରି ମହାନଗର ନିଗମରେ ପରିଣତ କରିସାରିଛନ୍ତି । ସେହିଦୃଷ୍ଟିରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମହାନଗର ନିଗମମାନ ସୃଷ୍ଟି ହୋଇସାରିଛି । ଉଦାହରଣସ୍ୱରୂପ ଉପକୂଳବର୍ତ୍ତୀ ଓଡ଼ିଶାରେ କଟକ ଓ ଭୁବ ମହାନଗର ନିଗମ, ପଶ୍ଚିମ ଓଡ଼ିଶାରେ ସମ୍ବଲପୁର ଓ ରାଉରକେଲା ଏବଂ ଦକ୍ଷିଣ ଓଡ଼ିଶାରେ ବ୍ରହ୍ମପୁର ମହାନଗର ନିଗମ ଗଠିତ ହୋଇସାରିଛି। କିନ୍ତୁ ଏହି ଦୃଷ୍ଟିକୋଣରୁ ଉତ୍ତର ଓଡ଼ିଶା ପ୍ରତି ଅବହେଳା କରାଯାଇଛି।

- Advertisement -

ବାଲେଶ୍ଵର ରାଜ୍ୟର ଅନ୍ୟତମ ସର୍ବପୁରାତନ ପୌରସଂସ୍ଥା ହୋଇଥିବାରୁ ତାହାକୁ ମହାନଗର ନିଗମକୁ ଉନ୍ନୀତ କରିବାକୁ ନବଜ୍ୟୋତ ଏହି ପତ୍ରରେ ଅନୁରୋଧ କରିଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories