www.samajalive.in
Monday, December 8, 2025
16.1 C
Bhubaneswar

ଓଡ଼ିଶାରେ ଡେଲ୍‌ଟା ଭାରିଆଣ୍ଟ ଚିହ୍ନଟ, ଦେବଗଡ଼ ଜିଲାର ରୋଗୀ ଡେଲଟା ପ୍ଲସ ଆକ୍ରାନ୍ତ

ଭୁବନେଶ୍ବର: ଆଜି ଓଡ଼ିଶାରେ ଗୋଟିଏ ଡେଲଟା ଭାରିଆଣ୍ଟ ଚିହ୍ନଟ ହୋଇଛି। ଓଡ଼ିଶାରେ ଡେଲଟା ପ୍ଲସ ଚିହ୍ନଟ ହୋଇଥିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଓଡ଼ିଶାରେ ଚିହ୍ନଟ ହୋଇଥିବା ଡେଲଟା ପ୍ଲସ ରୋଗୀ ଦେବଗଡ଼ ଜିଲାର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ପର୍ଯ୍ୟନ୍ତ ଦେଶରେ ଚିହ୍ନଟ ୪୮ ମାମଲା ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ଓଡ଼ିଶାରୁ ଗୋଟିଏ ମାମଲା ରହିଛି। ଆଜି ସୁଦ୍ଧା ମହାରାଷ୍ଟ୍ରରେ ୨୦, ତାମିଲନାଡୁ ୯, ମଧ୍ୟପ୍ରଦେଶ ୭ ଡେଲଟା ଭାରିଆଣ୍ଟ ଚିହ୍ନଟ ହୋଇଥିବାବେଳେ ଡେଲଟା ପ୍ଲସରେ ଜଣେ ମୃତ୍ୟୁ ହୋଇଛି ବୋଲି ଏନସିଡିଏ ନିର୍ଦେଶକ ଡାକ୍ତର ଏସ.କେ.ସିଂହ ସୂଚନାଦେଇଛନ୍ତି।
ଦେଶ ତଥା ରାଜ୍ୟରେ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହେବା ଦ୍ବାରା କରୋନାର ତୃତୀୟ ଲହର ଆସିବା ନେଇ ସୂଚନା ଦେଉଛି। ତୃତୀୟ ଲହର ଆସି ମୃତାହତ ସଂଖ୍ୟା ବଢ଼ାଇବ ଏବଂ ଲୋକଙ୍କୁ ହଇରାଣ କରିବ। ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଦେଶରେ ତୃତୀୟ ଲହର ଆସିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ସୂଚନା ଦେଇଛନ୍ତି।
ଦେଶରେ କରୋନାର ଦ୍ବିତୀୟ ଲହର ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଥିବା ଦେଖାଯାଉଛି। ମାତ୍ର ଦେଶ ପାଇଁ ଏବେ ଡେଲଟା ପ୍ଲସ ଭେରିଆଣ୍ଟ ଚିନ୍ତାଜନକ ବୋଲି ଗବେଷଣାରୁ ଜଣାପଡିଛି। ଏବେ ମୋଟ ସଂକ୍ରମିତଙ୍କ ମଧ୍ୟରେ ଡେଲଟା ପ୍ଲସ ଭାରିଆଣ୍ଟ ଆକ୍ରାନ୍ତ ୪୮ ବୋଲି ସୂଚନା ମିଳିଛି। କେନ୍ଦ୍ର ସରକାର ଡେଲଟା ପ୍ଲସ୍‍ ଭାରିଆଣ୍ଟକୁ ଚିନ୍ତାଜନକ ବୋଲି କହି ସାରିଛନ୍ତି। ରାଜ୍ୟ ସରକାରମାନେ ଏହାକୁ ଗୁରୁତ୍ୱର ସହିତ ନେଇ ଆବଶ୍ୟକ ମୁକାବିଲାମୂଳକ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ସଂପ୍ରତି ଦେଶରେ ଦିଆଯାଉଥିବା ଟିକା କ୍ଷେତ୍ରରେ ନିଷ୍କ୍ରିୟ ହେଉଛି କି ନାହିଁ ତାହା ଜାଣିବାକୁ ଏକ ଅଧ୍ୟୟନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories