www.samajalive.in
Sunday, December 7, 2025
14.1 C
Bhubaneswar

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଓଏସଡିଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିଶୋଡିଆଙ୍କ ଓଏସଡି(ସ୍ବତନ୍ତ୍ର କର୍ତ୍ତବ୍ୟ ଅଧିକାରୀ) ଗୋପାଳ କୃଷ୍ଣ ମାଧବଙ୍କୁ ଗିରଫ କରିଛି। ଜିଏସଟି ସମ୍ପର୍କିତ ମାମଲାରେ ଗୋପାଳ ଜଣେ ବ୍ୟକ୍ତିଙ୍କଠାରୁ ଏହି ଲାଞ୍ଚ ନେବାବେଳେ ସିବିଆଇ ଅଧିକାରୀମାନେ ତାଙ୍କୁ ଗୁରୁବାର ବିଳମ୍ବିତ ରାତିରେ ଗିରଫ କରିଛି।

ଘଟଣା ପରେ ଉପମୁଖ୍ୟମନ୍ତ୍ରୀ ମନିଷ ସିଶୋଡିଆ ଟ୍ବିଟ୍‌ କରି ଲେଖିଛନ୍ତି, ମୁଁ ଜାଣିବାକୁ ପାଇଲି ଯେ ସିବିଆଇ ଜଣେ ଜିଏସଟି ଇନ୍ସପେକ୍ଟରଙ୍କୁ ଲାଞ୍ଚ ନେବା ସମୟରେ ଗିରଫ କରିଛି। ସେହି ଅଧିକାରୀ ଜଣକ ମୋ କାର୍ଯ୍ୟାଳୟରେ ଓଏସଡି ଭାବେ ମୁତୟନ ଥିଲେ। ସିବିଆଇ ସମ୍ପୃକ୍ତ ଅଧିକାରୀଙ୍କୁ ତୁରନ୍ତ କଠୋରରୁ ଅତି କଠୋର ଦଣ୍ଡ ଦେବା ଉଚିତ। ଏଭଳି ଅନେକ ଭ୍ରଷ୍ଟାଚାରୀ ଅଧିକାରୀଙ୍କୁ ଗତ ୫ ବର୍ଷ ଭିତରେ ମୁଁ ଧରାଇଛି।

- Advertisement -

ସିବିଆଇର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଗିରଫ ଅଧିକାରୀଙ୍କୁ ପଚରାଉଚରା ଲାଗି ସିବିଆଇ ମୁଖ୍ୟାଳୟକୁ ନିଆଯାଇଛି। ଏହି ମାମଲାରେ ସିଶୋଡିଆଙ୍କର କୌଣସି ଭୂମିକା ସାମ୍ନାକୁ ଆସିନାହିଁ। ମାମଲାର ତଦନ୍ତ ଜାରି ରହିଛି। ଅଧିକାରୀ ଜଣକ ୨୦୧୫ରୁ ସିଶୋଡିଆଙ୍କ କାର୍ଯ୍ୟାଳୟରେ ମୁତୟନ ଥିଲେ। ତେବେ ଦିଲ୍ଲୀ ବିଧାନସଭା ନିର୍ବାଚନର ଗୋଟିଏ ପୂର୍ବରୁ ଉପମୁଖ୍ୟମନ୍ତ୍ରୀଙ୍କ ଓଏସଡି ଗିରଫ ହେବା ଘଟଣାକୁ ନେଇ ନାନା ଚର୍ଚ୍ଚା ହେଉଛି।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories