ନୂଆଦିଲ୍ଲୀ : ନୂଆଦିଲ୍ଲୀ ବୁରାରୀରେ ଏକ ଚାରି ମହଲା ବିଲ୍ଡିଂ ଭୁଶୁଡି ପଡିଛି। ଏଥିରେ ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନା ମୂତାବକ ସୋମବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ବୁରାରୀରେ ଥିବା ଏକ ୪ ମହଲା ବିଲ୍ଡିଂ ହଠାତ୍ ଭୁଶୁଡି ପଡିଥିଲା। ଭଗ୍ନାବଶେଷ ତଳେ ଅନେକ ଶ୍ରମିକ ଫସି ରହିଥିଲେ। ଖବର ପାଇବା ପରେ ପୁଲିସ, ଦମକଳବାହିନୀ ଓ ଏନଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଭଗ୍ନାବଶେଷ ତଳେ ଫସି ରହିଥିବା ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଥିଲା। ୧୨ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆହୁରି ଅନେକ ଶ୍ରମିକ ମାଟି ତଳେ ଫସି ରହିଛନ୍ତି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।
Popular Categories



