www.samajalive.in
Tuesday, December 9, 2025
26.1 C
Bhubaneswar

ଦେଶର ସାମୁଦ୍ରିକ ସୁରକ୍ଷାରେ ନୌବାହିନୀର ଭୂମିକା ପ୍ରଶଂସନୀୟ : ରାଜନାଥ

ନୂଆଦିଲ୍ଲୀ : ଦେଶର ସାମୁଦ୍ରିକ ସୁରକ୍ଷାରେ ନୌବାହିନୀର ଭୂମିକା ପ୍ରଶଂସନୀୟ ବୋଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଅପରେସନ ସମୁଦ୍ର ସେତୁରେ ନୌବାହିନୀର ଭୂମିକାକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି। ନୌବାହିନୀର ଉଚ୍ଚପଦସ୍ତ କମାଣ୍ଡରମାନଙ୍କୁ ଉଦ୍‍ବୋଧନ ଦେଇ ଶ୍ରୀ ସିଂହ କୋଭିଡ୍‍-୧୯ ମୁକାବିଲାରେ ନୌବାହିନୀ ଦ୍ୱାରା ଗ୍ରହଣ କରାଯାଇଥିବା ଅଭିନବ ଭୂମିକାଗୁଡ଼ିକର ପ୍ରଶଂସା କରିଛନ୍ତି। ଭାରତ ମହାସାଗର ଅଞ୍ଚଳର ପଡୋଶୀ ଦେଶରୁ ନୌବାହିନୀ ୪୦୦୦ରୁ ଅଧିକ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିଛି। ନୌବାହିନୀ କମାଣ୍ଡରମାନଙ୍କ ସମ୍ମିଳନୀର ପ୍ରଥମ ଦିନରେ ନୌବାହିନୀ ମୁଖ୍ୟ ଆଡମିରାଲ୍‍ କରମବୀର ସିଂହ ମଧ୍ୟ ପ୍ରମୁଖ କମାଣ୍ଡରମାନଙ୍କୁ ଉଦ୍‍ବୋଧନ ଦେଇଛନ୍ତି।

ଏହି ତିନିଦିନିଆ ସମ୍ମିଳନୀ ପ୍ରତି ଦୁଇବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ ଓ ଏପ୍ରିଲ୍‍ ମାସରେ ଏହାକୁ ଆୟୋଜନ କରାଯାଇଥାଏ। କିନ୍ତୁ କୋଭିଡ୍‍
ସଂକ୍ରମଣ ଯୋଗୁଁ ସମ୍ମିଳନୀକୁ ସ୍ଥଗିତ ରଖାଯାଇଥିଲା। ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖାଠାରେ ସୃଷ୍ଟି ପରିସ୍ଥିତି ପରିପ୍ରେକ୍ଷୀରେ ଭାରତ ମହାସାଗରର ସୁରକ୍ଷା କାର୍ଯ୍ୟସୂଚୀର ମୁଖ୍ୟ ପ୍ରସଙ୍ଗ ରହିଛି। ଏହାଛଡ଼ା ନୌବାହିନୀର ଆଧୁନିକୀକରଣ ମଧ୍ୟ ସମ୍ମିଳନୀର କାର୍ଯ୍ୟସୂଚୀରେ ସ୍ଥାନ ପାଇଛି। କର୍ମଚାରୀ ମାନଙ୍କର ତାଲିମ ଓ କଲ୍ୟାଣ ବିଷୟରେ ମଧ୍ୟରେ ଏଥିରେ ସମୀକ୍ଷା କରାଯିବ।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories