www.samajalive.in
Sunday, December 7, 2025
26.1 C
Bhubaneswar

ଆମ ଅଞ୍ଚଳରେ ଅଶାନ୍ତି ସୃଷ୍ଟି କରୁଥିବା ବାହ୍ୟ ଶକ୍ତିଙ୍କୁ ଭାରତୀୟ ନୌସେନା ଦୃଢ ଜବାବ ଦେବ : ରାଜନାଥ

ମୁମ୍ବଇ : ପାକିସ୍ତାନକୁ ଭାରତୀୟ ନୌସେନାର ଦକ୍ଷତା ଏବଂ ସରକାରଙ୍କର ଦୃଢ ଇଚ୍ଛା ଶକ୍ତିକୁ ହୃଦୟଙ୍ଗମ କରିବା ଦରକାର। ଯେକୌଣସି ପରିସ୍ଥିତିର ଦୃଢ ଜବାବ ଦେବା ପାଇଁ ଭାରତ ସମର୍ଥ ବୋଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଶନିବାର ମୁମ୍ବଇରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କଲଭାରୀ ଶ୍ରେଣୀର ଉଭୟ ଡିଜେଲ ଓ ବିଦ୍ୟୁତ୍‍ ଚାଳିତ ବୁଡାଜାହାଜ ଆଇଏନ୍‍ଏସ୍‍ ଖଣ୍ଡେରୀକୁ ଆନୁଷ୍ଠାନିକ ଭାବେ ନୌସେନାରେ ସାମିଲ କରିବା ଅବସରରେ ଏହା କହିଛନ୍ତି । ପ୍ରତିରକ୍ଷା ବାହିନୀର ସମସ୍ତ ଆବଶ୍ୟକତାକୁ ପୂରଣ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।

ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ସିଂହ କହିଛନ୍ତି, ଯେଉଁ ବାହ୍ୟଶକ୍ତି ଆମ ଇଲାକାରେ ଅଶାନ୍ତି ସୃଷ୍ଟି କରୁଛନ୍ତି ଭାରତୀୟ ନୌସେନା ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। କେତେକ ଶକ୍ତି ଭାରତର ତଟବର୍ତ୍ତୀ ଅଞ୍ଚଳରେ ମୁମ୍ବଇ ଆକ୍ରମଣ ଭଳି ଘଟଣାର ପୁନରାବୃତ୍ତି କରିବାକୁ ଉଦ୍ୟମ ଚଳାଇଛନ୍ତି। କିନ୍ତୁ ଭାରତ ଏହାକୁ କେବେବି ବରଦାସ୍ତ କରିବ ନାହିଁ ବୋଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।

- Advertisement -

ଭାରତ ଅଳ୍ପକିଛି ଦେଶମାନଙ୍କ ମଧ୍ୟରେ ଅନ୍ୟତମ ଦେଶ ଭାବେ ବୁଡାଜାହାଜ ନିର୍ମାଣ କରିବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ଶ୍ରୀ ସିଂହ କହିଛନ୍ତି ଭାରତ ସରକାରଙ୍କ ମାଜଗାଓଁ ଡକ୍‍ ଲିମିଟେଡ୍‍ ଦ୍ୱାରା ନିର୍ମିତ ଏହି ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ବୁଡାଜାହାଜ ଆଇଏନ୍‍ଏସ୍‍ ଖଣ୍ଡେରୀ ଅଢ଼େଇ ବର୍ଷର କଠୋର ସାମୁଦ୍ରିକ ପରୀକ୍ଷା ନିରୀକ୍ଷା ପରେ ନୌସେନାରେ ସାମିଲ ହୋଇଛି।

ଏହି ବୁଡାଜାହାଜର ବିଶେଷତ୍ୱ ହେଉଛି ଏଥିରେ ସର୍ବାଧୁନିକ ଜ୍ଞାନକୌଶଳର ପ୍ରୟୋଗ କରାଯାଇଛି। ଯାହା ସମୁଦ୍ରର ଗଭୀରତା ମଧ୍ୟରେ ଖୁବ୍‍ କମ୍‍ ଶବ୍ଦ ସୃଷ୍ଟି କରିବ। ପୂର୍ବର ବୁଡାଜାହାଜ ଗୁଡ଼ିକରେ ୬୦ଜଣିଆ ଦଳ ମୁତୟନ ହେଉଥିବାବେଳେ ଏଥିରେ ମାତ୍ର ୩୬ଜଣ ଆବଶ୍ୟକ ପଡିବେ। ଅମ୍ଳଜାନକୁ ଅଧିକା ସମୟ ଧରି ସଞ୍ଚୟ କରିବା ଏବଂ ଜଳରାଶି ଭିତରେ ଅଧିକ ସମୟ ଧରି ରହିପାରିବା ହେଉଛି ଏହି ବୁଡ଼ାଜାହାଜର ଅନ୍ୟତମ ବିଶେଷତ୍ୱ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories