www.samajalive.in
Sunday, December 7, 2025
26.1 C
Bhubaneswar

ଦିଲ୍ଲୀ ଲାଲକିଲ୍ଲା ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ

ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଦୀପ ସିଦ୍ଧୁଙ୍କୁ ଗିରଫ କରିଛି। ଗତ ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି ଆଳରେ ଦିଲ୍ଲୀ ଲାଲକିଲ୍ଲାରେ ସଂଗଠିତ ହିଂସା ଘଟଣାରେ ସିଦ୍ଧୁ ମୁଖ୍ୟ ସୂତ୍ରଧର ବୋଲି କୁହାଯାଉଛି। ପ୍ରାୟ ୧୫ ଦିନ ହେବ ଫେରାର ଥିବା ଦୀପ ସିଦ୍ଧୁକୁ ସ୍ୱତନ୍ତ୍ର ସେଲ୍ ଟିମ୍ ପଞ୍ଜାବର ଜିରାକପୁର ନାମକ ଏକ ଅଞ୍ଚଳରୁ ଗିରଫ କରିଛି। ତାକୁ ଧରାଇ ଦେବା ପାଇଁ ପୁଲିସ ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା। ଆଜି ଦୀପ ସିଦ୍ଧୁକୁ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି।

ପୁଲିସର କବଳରୁ ଦୂରରେ ଥିବାବେଳେ ସିଦ୍ଧୁ ସାମାଜିକ ଗଣମାଧ୍ୟମରେ ଲଗାତାର ଭିଡିଓ ବାର୍ତ୍ତା ଦେଉଥିଲା। ଏକଥା ମଧ୍ୟ ଦାବି କରାଯାଇଛି ଯେ ପଞ୍ଜାବୀ ଅଭିନେତା ସିଦ୍ଧୁ ଅପଲୋଡ୍ କରିଥିବା ଭିଡିଓ ପଛରେ ତାଙ୍କର ଜଣେ ଅତି ଘନିଷ୍ଠ ମହିଳା ବନ୍ଧୁ ଅଛନ୍ତି ଯିଏ କାଲିଫର୍ଣ୍ଣିଆରେ ରହନ୍ତି। ପୁଲିସର ସୂଚନାନୁସାରେ, ସିଦ୍ଧୁ ଭିଡିଓ ତିଆରି କରୁଥିଲେ ଓ ନିଜ ମହିଳା ବନ୍ଧୁ ଏବଂ ଅଭିନେତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅପଲୋଡ୍ କରୁଥିଲେ।

- Advertisement -

ନିକଟରେ ସେ ଏକ ଭିଡିଓ ଜାରି କରି କହିଛନ୍ତି ଯେ ସେ କିଛି ଭୁଲ କରିନାହାଁନ୍ତି। ତେଣୁ ସେ କୌଣସି କାହାକୁ ଭୟ କରନ୍ତି ନାହିଁ। ସେ ଏହି ମାମଲା ସହ ଜଡିତ ପ୍ରମାଣ ସଂଗ୍ରହ କରୁଛନ୍ତି ଏବଂ ଦୁଇ ଦିନ ପରେ ପୁଲିସ ନିକଟରେ ହାଜର ହେବେ। ତାଙ୍କ ପରିବାରକୁ ହଇରାଣ ନକରିବାକୁ ସେ ଅନୁସନ୍ଧାନକାରୀ ସଂସ୍ଥାକୁ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଥିଲେ।

ଦୀପ ସିଦ୍ଧୁ ଜଣେ ପଞ୍ଜାବୀ ଅଭିନେତା। ସିଦ୍ଧୁ ପଞ୍ଜାବର ମୁକସର ଜିଲ୍ଲାରେ ୧୯୮୪ ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ ପରେ ସେ ଆଇନ ଅଧ୍ୟୟନ କରିଥିଲେ। ଦୀପ କିଙ୍ଗଫିସର ମଡେଲ ହଣ୍ଟର ବିଜେତା ହୋଇଛନ୍ତି ଏବଂ ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ଆଖ୍ୟା ଅର୍ଜନ କରିଛନ୍ତି। କ୍ୟାରିଅର ପ୍ରାରମ୍ଭରେ ସେ ମଡେଲିଂ ଜଗତରେ ପ୍ରବେଶ କରିଥିଲେ କିନ୍ତୁ ସଫଳ ହୋଇପାରିନଥିଲେ। କିଙ୍ଗଫିସର ମଡେଲ ହଣ୍ଟ ପୁରସ୍କାର ଜିତିବାର କିଛି ଦିନ ପୂର୍ବରୁ ସେ ବାରର ସଦସ୍ୟ ମଧ୍ୟ ଥିଲେ। ୨୦୧୫ରେ ଦୀପ ସିଦ୍ଧୁଙ୍କ ପ୍ରଥମ ପଞ୍ଜାବୀ ଚଳଚ୍ଚିତ୍ର ‘ରମତା ଯୋଗୀ’ ମୁକ୍ତିଲାଭ କରିଥିଲା। ୨୦୧୮ର ଚଳଚ୍ଚିତ୍ର ‘ଜୋରା ଦାସ ନମ୍ବରିଆ’ରେ ଗ୍ୟାଙ୍ଗଷ୍ଟର ଭୂମିକାରେ ସେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ।

ଲଗାତାର ଦୁଇ ମାସ ଧରି ଦୀପ ସିଦ୍ଧୁ କୃଷକ ଆନ୍ଦୋଳନରେ ସକ୍ରିୟ ଥିଲେ। କିଛି ଦିନ ପୂର୍ବେ ଶିଖ୍ ଫର ଜଷ୍ଟିସ୍ ସହିତ ତାଙ୍କର ସମ୍ପର୍କ ନେଇ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଗତ ବର୍ଷ ଆନ୍ଦୋଳନ ସମୟରେ କୃଷକ ସଂଘର ନେତୃତ୍ୱ ଉପରେ ଦୀପ ପ୍ରଶ୍ନ କରିଥିଲେ। ସେହି ସମୟ ମଧ୍ୟରେ ସେ ଶମ୍ଭୁ ମୋର୍ଚ୍ଚା ନାମରେ ଏକ ନୂତନ କୃଷକ ସଙ୍ଗଠନ ଘୋଷଣା କରିଥିଲେ।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories