ଆଜିଠାରୁ ୩ ଦିନ ମହାପ୍ରଭୁଙ୍କ ଦେବ ଦୀପାବଳି ନୀତି

ଡେସ୍କ: ପୁରୀ ଶ୍ରୀମନ୍ଦିରରେ ଶନିବାର ଠାରୁ ୩ ଦିନ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦେବ ଦୀପାବଳି ନୀତି ଅନୁଷ୍ଠିତ ହେବ। ବିଧି ମୁତାବକ ଦେବ ଦୀପାବଳି ସମୟରେ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ପ୍ରଦାନ କରିବେ। ଯେଉଁଭଳି କାର୍ତ୍ତିକ ଅମାବାସ୍ୟା ତିଥି ଓ ଦୀପାବଳି ଦିନ ହିନ୍ଦୁମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ କରି ଦୀପଦାନ କରିଥାନ୍ତି, ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ତିଥିରେ ୩ ଦିନ ଧରି ପିତୃଗଣଙ୍କୁ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିଥାନ୍ତି। ଏହି ତିନି ଦିନରେ ଶ୍ରୀଜିଉ ମାନେ ଶ୍ରାଦ୍ଧ ବେଶରେ ସଜ୍ଜିତ ହୋଇଥାନ୍ତି। ସତ୍ୟଯୁଗର ଅଦିତି ଓ କଶ୍ୟପ, ତ୍ରେତୟା ଯୁଗର କୌଶଲ୍ୟା ଓ ଦଶରଥ, ଦ୍ୱାପର ଯୁଗର ଦେବକୀ ଓ ବସୁଦେବ ଏବଂ ଗୁଣ୍ଡିଚା ଓ ଇନ୍ଦ୍ରଦ୍ୟୁମ୍ନଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ ପୂର୍ବକ ମହାପ୍ରଭୁ ଦୀପଦାନ କରିଥାନ୍ତି।

Comments are closed.