www.samajalive.in
Tuesday, December 9, 2025
19.1 C
Bhubaneswar

ତାମିଲନାଡୁ ଦଳାଚକଟା ପଛରେ ଷଡ଼ଯନ୍ତ୍ର ! ମୃତ୍ୟୁ ସଂଖ୍ୟା ୪୦କୁ ବୃଦ୍ଧି

ସମାଜ ଡିଜିଟାଲ ଡେସ୍କ: ତାମିଲନାଡୁ ଦଳାଚକଟା ଘଟଣାରେ ମୃତ୍ୟୁ ସଂଖ୍ୟା ରବିବାର ୪୦କୁ ବୃଦ୍ଧି ପାଇଛି। କରୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ଦଳାଚକଟା ପଛରେ ଷଡ଼ଯନ୍ତ୍ର ରହିଥିବା ଅଭିଯୋଗ ଆଣିଛି ଅଭିନେତା ବିଜୟଙ୍କ ଦଳ ତାମିଲାଗା ଭେତ୍ରି କାଝାଗାମ(ଟିଭିକେ)। ଦଳ ପକ୍ଷରୁ ଏ ନେଇ ମାଡ୍ରାସ ହାଇକୋର୍ଟରେ ପିଟିସନ ଦାୟର କରାଯାଇଛି।

ଟିଭିକେ ଅଭିଯୋଗ କରିଛି ଯେ, ଏହି ଦୁଃଖଦ ଘଟଣା କୌଣସି ଦୁର୍ଘଟଣା ନୁହେଁ, ବରଂ ଏକ ଷଡ଼ଯନ୍ତ୍ରର ଫଳାଫଳ। ଟିଭିକେର ଆଇନଜୀବୀ ଶାଖା ସଭାପତି ଏସ. ଅରିଭାଝାଗନଙ୍କ ନେତୃତ୍ଵରେ ଏକ ଆଇନଜୀବୀ ଦଳ ବିଚାରପତି ଏମ. ଧଣ୍ଡପାଣିଙ୍କ ବାସଭବନକୁ ଯାଇ ଏ ସମ୍ପର୍କରେ ଅବଗତ କରାଇଛନ୍ତି।

- Advertisement -

ଟିଭିକେର ଉପ ସାଧାରଣ ସମ୍ପାଦକ ନିର୍ମଳ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ, ଦଳ ପକ୍ଷରୁ ହାଇକୋର୍ଟରେ ଏକ ଆବେଦନ କରାଯାଇଛି। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଅନୁରୋଧ କରାଯାଇଛି। ବିଚାରପତି ପିଟିସନର ଶୁଣାଣି ପାଇଁ ରାଜି ହୋଇଛନ୍ତି। ଆସନ୍ତାକାଲି ଅର୍ଥାତ ୨୯ ତାରିଖ ଅପରାହ୍ନ ୨ଟା ୧୫ରେ ଏହାର ଶୁଣାଣି କରାଯିବ।

ସୂଚନାଯୋଗ୍ୟ, ଶନିବାର କରୁରଠାରେ ଟିଭିକେର ଏକ ନିର୍ବାଚନୀ ରାଲିରେ ବିଜୟ ଭାଷଣ ଦେବା ସମୟରେ କିଛି ଲୋକ ଅଣନିଃଶ୍ଵାସୀ ହୋଇ ଚେତା ହରାଇଥିଲେ। ଏହା ପରେ ଦଳାଚକଟା ଘଟିଥିଲା। ଯେଉଁଥିରେ ୩୮ ଜଣଙ୍କ ପ୍ରାଣହାନୀ ଘଟିଥିଲା। ରବିବାର ଆଉ ଦୁଇ ଜଣ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories