www.samajalive.in
Monday, December 8, 2025
16.1 C
Bhubaneswar

ଦେବୀପଟନମ୍ ବୋଟ୍ ବୁଡ଼ି ଘଟଣା : ମୃତ୍ୟୁ ସଂଖ୍ୟା ୨୮କୁ ବୃଦ୍ଧି

ହାଇଦରାବାଦ : ଆନ୍ଦ୍ରପ୍ରଦେଶର  ପୂର୍ବ ଗୋଦାବରୀ ଜିଲ୍ଲା ଦେବୀପଟନମରେ ଗୋଦାବରୀ ନଦୀ ବୋଟ ବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୨୮ରେ ପହଞ୍ଚିଛି । ମଙ୍ଗଳବାର ସକାଳସୁଦ୍ଧା ଗୋଦାବରୀ ନଦୀରୁ ୧୩ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ତେବେ ବୁଧବାର ସକାଳ ସୁଦ୍ଧା ମୋଟ୍ ୨୬ଟି ମୃତଦେହ ଉଦ୍ଧାର କରାଯାଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଅବଶିଷ୍ଟ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଉଦ୍ୟମ ଜାରୀ ରହିଛି।

ଗତ ରବିବାର ଦିନ ପୂର୍ବ ଗୋଦାବରୀ ଜିଲ୍ଲାର ଦେବୀପଟ୍ଟନମ୍‍ ନିକଟରେ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଲଞ୍ଚ୍‍ କଛପୁରମ୍‍ ନିକଟରେ ବୁଡ଼ିଯାଇଥିଲା। ତେବେ ଏହି ଦୁର୍ଘଟଣାରେ ୨୭ଜଣ ଲୋକ ପହଁରି ପହଁରି କୂଳକୁ ଫେରିଆସିଥିବା ବେଳେ ଅନ୍ୟମାନଙ୍କୁ ଏନ୍‍ଡିଆର୍‍ଏଫ୍‍, ଏସ୍‍ଡିଆର୍‍ଏଫ୍‍, ଅଗ୍ନିସମ ବାହିନୀ ଏବଂ ଆନ୍ଧ୍ରପ୍ରଦେଶ ବିପର୍ଯ୍ୟୟ ପ୍ରଶମନ ବାହିନୀ ଖୋଜାଖୋଜି କରୁଛି। ନୌବାହିନୀର ଏକ ୟୁଏଚ୍‍ଥ୍ରୀଏଚ୍‍ ହେଲିକପ୍ଟରକୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। ସେହିପରି ଓଏନ୍‍ଜିସିର ଏକ
ହେଲିକପ୍ଟର ମଧ୍ୟ ଉଦ୍ଧାର କାର୍ଯ୍ୟରେସହାୟତା କରୁଛି।
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱା.ଏସ୍‍. ଜଗନମୋହନ ରେଡ୍ଡୀ ସୋମବାର ଆକାଶମାର୍ଗରୁ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଦୁର୍ଘଟଣାର  ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍‍. ଜଗନମୋହନ ରେଡ୍ଡି ନିର୍ଦ୍ଦେଶ ଦେଇଛନ୍ତି। ଡଙ୍ଗାବୁଡ଼ି ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ମଧ୍ୟ ଗଠନ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories