www.samajalive.in
Sunday, December 7, 2025
26.1 C
Bhubaneswar

ବନ୍ଦ ଓଟିଏମ୍‍ର ଆଉ ୪ ଶ୍ରମିକଙ୍କ ମୃତ୍ୟୁ ,ସଂଖ୍ୟା ୬୮୩ ଛୁଇଁଲା

ଚୌଦ୍ୱାର : ଆଜକୁ ଦୀର୍ଘ ୧୯ ବର୍ଷ ଧରି ବନ୍ଦ ହୋଇ ପଡ଼ି ରହିଥିବା ଚୌଦ୍ୱାର ସ୍ଥିତ ଓଟିଏମ୍‍ର ଆଉ ୪ଜଣ ଶ୍ରମିକଙ୍କର ଏହା ଭିତରେ ମୃତ୍ୟୁ ଘଟିଛି । ସେମାନେ ହେଲେ ଓଟିଏମରେ ତନ୍ତ ବିଭାଗରେ କାର୍ଯ୍ୟ କରୁଥିବା ଚୌଦ୍ୱାର ବ୍ରାହ୍ମଣ ସାହିର ଦୀନବନ୍ଧୁ ଗାହାଣ (୭୮), ବ୍ଲୋ ରୁମରେ କାର୍ଯ୍ୟ କରୁଥିବା ଜଗତପୁର ଖରିଦା ସାହିର ଅଭିରାମ ବେହେରା(୬୭), ସ୍ପିନିଂ ବିଭାଗରେ କାର୍ଯ୍ୟକରୁଥିବା ଜଗତପୁର ଅନ୍ଧାରି ଗ୍ରାମର ରଘୁନାଥ ବେହେରା(୬୮) ଓ ତନ୍ତ ବିଭାଗରେ କାର୍ଯ୍ୟ କରୁଥିବା ସାଇଣ୍ଟୋ ଗ୍ରାମର ଜଗବନ୍ଧୁ ସାମଲ। ଏହି ୪ଜଣ ମୃତକଙ୍କୁ ମିଶାଇ ଓଟିଏମ୍‍ ଶ୍ରମିକ ଓ କର୍ମଚାରୀଙ୍କ ମୃତ୍ୟୁସଂଖ୍ୟା ୬୮୩ରେ ପହଞ୍ଚିଲାଣି। ଓଟିଏମ୍‍ ବନ୍ଦ ହେବାପରେ ଏଥିରେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀ ମାନେ ସେମାନଙ୍କ ବକେୟା ପ୍ରାପ୍ୟକୁ ଚାହିଁ ଚାହିଁ ଦୁର୍ଦିନ ଭିତରେ କାଳାତିପାତ କରିବା ସହିତ ଗୋଟିଏ ପରେ ଗୋଟିଏ ଆରପାରିକୁ ଚାଲି ଯାଉଥିବାବେଳେ ସେମାନଙ୍କ ଦୁଃଖ ଲାଘବ ପାଇଁ ସରକାରୀ ସ୍ତରରେ ଏଯାବତ୍‍ କୌଣସି ପଦକ୍ଷେପ ନିଆ ଯାଉ ନଥିବା ଶ୍ରମିକମାନେ କ୍ଷୋଭରସହ ପ୍ରକାଶ କରିଛନ୍ତି।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories